Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଲବ, ଭଦ୍ରକ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଭଦ୍ରକ ରୋଟାରୀ କ୍ଲବ, ଭଦ୍ରକ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

18

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଉଚ୍ଚ ବିଦ୍ୟାଳୟ ଅସୁରା ଠାରେ ଅଗ୍ରଣୀ ସେବା ସଂସ୍ଥା ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କ୍ଲବ ସଭାପତି ଅଭିଜିତ୍ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଘଣ୍ଟା ପ୍ରତି ୬ଶହ ଲିଟର ବିଶୁଦ୍ଧ ପାନୀୟଜଳ ଉପଲବ୍ଧ ହୋଇ ପାରିବ । ପ୍ରକାଶ ଥାଉକି ବିଦ୍ୟାଳୟର ୩ଶହ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର କୌଣସି ବନ୍ଦୋବସ୍ତ ନଥିବା ଓ ସେମାନଙ୍କ ଅସୁବିଧା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଭଦ୍ରକ ରୋଟାରୀ କ୍ଳବକୁ ଅବଗତ କରାଇଥିଲେ । ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହେବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି ଓ ଭଦ୍ରକ ରୋଟାରୀ କ୍ଳବକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଂପାଦକ ମାଙ୍ଗିଲାଲ ବଳଦେବା, ରୋଟାରିଆନ୍ ଶୈଳେନ୍ଦ୍ର ନାରାୟଣ ପାଢୀ, ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ମହାପାତ୍ର, ସହକାରୀ ଶିକ୍ଷକ ସରୋଜ କୁମାର ବେହେରା, ଉଗ୍ରସେନ ଦାସ, ଶେକ୍ ରିଆଜ କାଦ୍ରୀ, ସହକାରୀ ଶିକ୍ଷୟିତ୍ରୀ ମନୋରମା ମହାନ୍ତି, କବିତା ସାହୁ, ଉର୍ମିଳା ଦାସ, ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ମଲ୍ଲିକ ଓ ଅନ୍ୟ ସଭ୍ୟସଭ୍ୟା ତଥା ରାହାଞ୍ଜ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ଦାଶ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ମହାପାତ୍ର ରୋଟାରୀ କ୍ଲବର ସଭାପତି, ସମ୍ପାଦକ, କ୍ଲବର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.