Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ

ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ

27

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ ଚାରିଘରିଆ ସ୍ଥିତ ‘ନିର୍ମଳା ବାଟିକା’ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡି.ଜି.ଇ. ଜୟଶ୍ରୀ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ଡି.ଜି.ଏନ୍ ଯଜ୍ଞାଶିଷ ମହାପାତ୍ର ଓ ରୋ. ଆଶୁତୋଷ ରଥ ଯୋଗ ଦେଇଥିଲେ। ପ୍ରାରଂଭରେ ଉତ୍ସବର ଚେଆରମ୍ୟାନ୍ ଇନ୍ଦ୍ରଜିତ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ପରେ ପୂର୍ବ ସଭାପତି ବସନ୍ତ କୁମାର ପାଣିଗ୍ରାହୀ କ୍ଲବର ନୂତନ ସଭାପତି ଅଭିଜିତ୍ ନାୟକଙ୍କୁ ବିଧିବଦ୍ଧ ଭାବରେ ଦାୟିତ୍ୱ ହସ୍ତାନ୍ତର କରିବା ପରେ ସଭାପତି କ୍ଲବ୍‌ର ନିର୍ଦ୍ଦେଶକ ଓ କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ। ସଂପାଦକ ଭାବରେ ମାଂଗିଲାଲ୍ ବଳଦେବା, ଉପସଭାପତି ଭାବରେ ବାଦଲ କିଶୋର ମହାପାତ୍ର ଓ ଶରତ ପୁହାଣ, କୋଷାଧ୍ୟକ୍ଷ ଭାବରେ ଶାନ୍ତିସ୍ୱରୂପ ମିଶ୍ର ଓ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଭାବେ ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ବିଚିତ୍ରାନନ୍ଦ ଦାସ, ସୀତାକାନ୍ତ ଦାସ, ନିର୍ମଳ ଚନ୍ଦ୍ର ମହାନ୍ତି, ବସନ୍ତ କୁମାର ସାମଲ, ସର୍ଜେଣ୍ଟ ଭାବରେ ରୋ. ସନ୍ତୋଷ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ଅବସରରେ ପ୍ରଣବ କୁମାର ସାହୁଙ୍କ ସଂପାଦିତ କ୍ଲବ୍ ମୁଖପତ୍ର ‘ଭଦ୍ରକ ହୁଇଲ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଗତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସାଇସତ୍ୟପ୍ରକାଶ ପରିଡା ଓ କୋୟଲ ବେହେରାଙ୍କୁ ପୁରସ୍କାର ରାଶି ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରାଯିବା ସହ ଚାରିଜଣ ଅଭାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। କ୍ଲବ୍‌ର ନୂତନ ସଭ୍ୟା ଭାବରେ ଇଂ. ସୁସ୍ମିତାରାଣୀ ନାୟକଙ୍କୁ ଗ୍ରହଣ କରାଯାଇଥିଲା। ସେବା କ୍ଷେତ୍ରରେ ରୋଟାରୀ ଆଜି ଏପରି ସ୍ଥାନରେ ପହଂଚିଛି ଯେ ବିଶ୍ୱର ଯେକୌଣସି ସ୍ଥାନରେ କିଛି ବିପର୍ଯ୍ୟୟ ଘଟିଲେ ବିଶ୍ୱ ପ୍ରଥମେ ରୋଟାରୀକୁ ସ୍ମରଣ କରିଥାଏ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସମାଜସେବୀ ଫାରୁକ ଭାଇ, ଶୁଭେନ୍ଦୁ ରାୟମହାପାତ୍ର, ଲଲାଟେନ୍ଦୁ ମହାନ୍ତି, କାଦମ୍ବିନୀ ମହାନ୍ତି, ରୋ. ଶିଶିର ମିଶ୍ର, ରୋ. ପ୍ରିତିରଂଜନ ଜେନା, ଡ. ରାଧାରାଣୀ ମହାପାତ୍ର, ଡ. ଶୁଭ୍ରପ୍ରକାଶ ଦାସ ପ୍ରମୁଖ ବହୁ ବୁଦ୍ଧିଜୀବି ଏହି ଉତ୍ସବରେ ଉପସ୍ଥିତ ଥିଲେ। ରୋ. ପ୍ରମୋଦ ଜେନା, ଅଜିତ୍ ଦାସ, ଉମାକାନ୍ତ ଜେନା, ବିଜୟ ମହାନ୍ତି, ଶୈଳେନ୍ଦ୍ର ନାରାୟଣ ପାଢ଼ୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଇଂ. ସୁବାସ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ନାସିର ବକ୍ସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.