ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ ଅନ୍ତର୍ଗତ ଫତେପୁର ଗ୍ରାମ ହନୁମାନ ଡିହସାହିର ବିଜୟ ପାତ୍ର ଓରଫ ନାଳୁଆ(୪୧)ବର୍ଷଙ୍କର ଚିକିତ୍ସାଧିନ ଅବସ୍ଥାନରେ କଟକ ବଡଡାକ୍ତରଖାନାରେ ଗତକାଲି ରାତ୍ର ୧୧ଟା.୪୫ ମିନିଟରେ ପରଲୋକ ହୋଇଯାଇଛି । ବିଜୟ ଘରୁ ଯିବା ପରେ ବାଲିଚନ୍ଦ୍ରପୁର ଅଞ୍ଚଳର ନଳୀପୁର ପଞ୍ଚାୟତ ଅଫିସ ନିକଟରେ ବିଷକ୍ରିୟା ଯୋଗୁଁ ଅଚେତ ଅବସ୍ଥାରେ ଥିଲେ । ସ୍ଥାନୀୟ ଲୋକେ ବିଷଖାଇଥିବା ହେତୁ ପୁଲିସ ଭୟରେ ବିଜୟଙ୍କୁ ସହଯୋଗ କରିନଥିବା ବେଳେ ଜାତୀୟ ଯୁବ ପ୍ରକଳ୍ପ କଟକ ଜିଲ୍ଲା ଶାଖା ଆବାହକ ପ୍ରକାଶ ଚନ୍ଦ୍ର ମହାପାତ୍ର ବିଜୟଙ୍କୁ ପ୍ରଥମେ ପଣସପୁର ଡାକ୍ତରଖାନା ଓ ତା’ପରେ ମାହାଙ୍ଗା ଡାକ୍ତରଖାନା ନେବା ସହ ଆମ୍ବୁଲାନ୍ସ ଯୋଗେ କଟକ ବଡଡାକ୍ତରଖାନା ନେଇଥିଲେ । ସେଠାରେ ଚିକିତ୍ସା ଚାଲିଥିବା ବେଳେ ଅତ୍ୟଧିକ ବିଷକ୍ରିୟା ଯୋଗୁଁ ବିଜୟଙ୍କର ମୃତ୍ୟୁ ହୋଇଥିଲା । ପ୍ରକାଶ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଜୟଙ୍କ ଫଟୋ ଦେଇ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ । ଫେସବୁକ ଦେଖି ଗ୍ରାମର ଜଣେ ଯୁବକ ବିଜୟଙ୍କୁ ଚିହ୍ନଟ କରିବା ସହ ପ୍ରକାଶଙ୍କୁ ଯୋଗଯୋଗ କରିଥିଲେ । ବିଜୟଙ୍କ ପରିବାର ଲୋକେ ସନ୍ଧ୍ୟାରେ କଟକ ଯାଇଥିବା ସ୍ୱେଚ୍ଛାସେବୀ ପ୍ରକାଶ ମହାପାତ୍ର ସୂଚନା ଦେଇଛନ୍ତି । ପରିବାରର ଆର୍ଥୀକ ସମସ୍ୟାକୁ ନେଇ ଘରୁ ପଳାଇଯାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା କୁହାଯାଉଛି ।