ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ମେଡିକାଲ କୋଭିଡ୍ ୱାର୍ଡରେ ନିଆଁ ଲାଗିଯାଇଥିବାର ଜଣାପଡିଛି । ସୂଚନା ଅନୁସାରେ ବିଦ୍ୟୁତ୍ ସର୍ଟସର୍କିଟ୍ ହୋଇ କୋଭିଡ୍ ୱାର୍ଡ ତଳେ ଥିବା ଡିଜି ରୁମ୍ରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ ତୁରନ୍ତ ଆୟତ୍ତ କରିଥିଲେ । ଏଥିରେ ବିଶେଷ କିଛି କ୍ଷତି ହୋଇନଥିବାବେଳେ କେହି ମୃତାହତ ହୋଇନାହାଁନ୍ତି । ତେବେ ଏକ ବଡ ବିପଦରୁ ଅଳ୍ପକେ ରକ୍ଷା ହୋଇଥିବା ଆଲୋଚନା ହେଉଛି । ଘଟଣାସ୍ଥଳରେ ତୁରନ୍ତ ଜିଲାପାଳ, ଅତିରିକ୍ତ ଜିଲାପାଳ, ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି ।