Home ଜିଲ୍ଲା ପରିକ୍ରମା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟା, ସୁଦୃଢ ରାଷ୍ଟ୍ର ଗଠନ ପାଇଁ ସାମ୍ପ୍ରଦାୟିକ...

ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟା, ସୁଦୃଢ ରାଷ୍ଟ୍ର ଗଠନ ପାଇଁ ସାମ୍ପ୍ରଦାୟିକ ସଦ୍‌ଭାବ ଏକାନ୍ତ ଆବଶ୍ୟକ

66

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନତା ମଧ୍ୟରେ ଏକତା, ସାମ୍ପ୍ରଦାୟିକ ସଂପ୍ରୀତି ପାଇଁ ଭାରତବର୍ଷ ସମଗ୍ର ବିଶ୍ୱରେ ଅନନ୍ୟ ପରିଚୟ ପାଇବା ସହିତ ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି। ସୁଦୃଢ ରାଷ୍ଟ୍ର ଗଠନ ପାଇଁ ସାମ୍ପ୍ରଦାୟିକ ସଦ୍‌ଭାବ, ଭାଇଚାରା, ଅନ୍ୟ ଧର୍ମ ପ୍ରତି ସହନଶୀଳତା ସହ ସୁସମ୍ପର୍କ ଏକାନ୍ତ ଭାବେ ଆବଶ୍ୟକ ବୋଲି ଭଦ୍ରକ ସହର ଗାନ୍ଧି ପଡ଼ିଆ ଠାରେ ଅନୁଷ୍ଠିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଅତିଥିମାନେ ବକ୍ତବ୍ୟ ରଖିଛନ୍ତି। ଉକ୍ତ ସନ୍ଧ୍ୟାକୁ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମେର ଉତ୍ସର୍ଗିତ କରାଯାଇଥିଲା ଏବଂ ମହୋତ୍ସବର ସଭାପତି ଇଂ ଅଭୟ ସୂତାର ପୌରୋହିତ୍ୟ କରିଥିଲେ। ବି.ଏନ.ଏମ.ଏ. ମହାବିଦ୍ୟାଳୟ, ପାଳିଆବିନ୍ଧାର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ା ମୁଖ୍ୟଅତିଥି, ଅବସରପ୍ରାପ୍ତ ଅଧ୍ୟାପକ ନାସିର ବକ୍ସ ମୁଖ୍ୟବକ୍ତା, ‘କାଇଁଚମାଳି’ ପତ୍ରିକାର ସମ୍ପାଦକ ତଥା ଶିକ୍ଷାବିତ୍ ହରମୋହନ କୁଅଁର, ଏସ.ବି.ଡ଼ି.ର ଅଧ୍ୟକ୍ଷ ଦେବାଶିଷ ଦୀକ୍ଷିତ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମ୍ପାଦକ ସନ୍ତୋଷ କୁମାର ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ‘ଶିବାନୀ’ ପତ୍ରିକା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବହଳୀ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରକୃତିବନ୍ଧୁ ତଥା ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ସ୍ୱାଗତ ଭାଷଣ, କବୟତ୍ରୀ ଦମୟନ୍ତୀ ନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କବୟତ୍ରୀ ମନୋରମା ରାୟ ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିଲେ ଏବଂ ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢୀ ଓ ରଶ୍ମିତା ସେଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସମ୍ପାଦକ ରବିନାରାୟଣ ଖିଲାର, ଆବାହକ ନୀହାର ରଞ୍ଜନ କର, କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର, ସଂଗଠନ ସମ୍ପାଦକ ବାବୁଲାଲ ଦସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.