Home ଜିଲ୍ଲା ପରିକ୍ରମା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦ୍‌ଘାଟିତ

ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦ୍‌ଘାଟିତ

22

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କ ନାମରେ ମଞ୍ଚକୁ ସମର୍ପିତ କରି ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା – ୨୦୨୨’ ଭଦ୍ରକ ସହର ନୂଆବଜାର ସ୍ଥିତ ଗାନ୍ଧୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇ ଯାଇଛି। ମୁଖ୍ୟଅତିଥି ତଥା ଉଦ୍‌ଘାଟକ ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଏହି ମହୋତ୍ସବରେ ଯୋଗ ଦେଇ ଭଦ୍ରକର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସୂଚନା ଦେବା ସହ କହିଥିଲେ ଯେ ଏପରି ମହୋତ୍ସବ ଓ ପୁସ୍ତକ ମେଳା ଲୋକମାନଙ୍କୁ ପୁସ୍ତକପ୍ରେମୀ କରିବା ସହିତ ଆମ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହିତ ପରିଚିତ କରିପାରିବ। ବରିଷ୍ଠ ଅଧିବକ୍ତା ନିରାକାର ଜେନା, ଓ.ବି.ଡି.ର ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରୋଟାରିଆନ ଶିଶିର ମିଶ୍ର, ସମାଜସେବୀ ଆଶିଷ ଅମିତାଭ ମହାପାତ୍ର ପ୍ରମୁଖ ବରେଣ୍ୟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଭାନୁମତୀ ମାଟିଆ ବରେଣ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ମହୋତ୍ସବ ଓ ପୁସ୍ତକମେଳାର ସଭାପତି ଇଂ ଅଭୟ ସୂତାର ପୌରୋହିତ୍ୟ କରିଥିଲେ। ମହୋତ୍ସବର ସମ୍ପାଦକ ରବିନାରାୟଣ ଖିଲାର ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ ସହିତ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁଶ୍ରୀ ରୋଜାଲିନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ଅଞ୍ଜନା ମିଶ୍ର, କଳ୍ପନା ଜେନା, ରିଚିସ୍ମିତା ମହାନ୍ତି, ସୁମିତ୍ରା ପାଣି ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ କଣ୍ଠଶିଳ୍ପୀ ତଥା ସାଂସ୍କୃତିକ ସମ୍ପାଦକ ସ୍ୱାଗତ ସଂଗୀତ, କଣ୍ଠଶିଳ୍ପୀ ମନୋଜ ପଣ୍ଡା ବେଦପାଠ, ଜାନକୀ ପାଢୀ, ମନୋରମା ରା, ଚୈତାଳୀ ଖିଲାର, ଶୁଭ୍ରସ୍ମିତା ରାଉତ କାନ୍ତ ସଂଗୀତ ଗାନ କରିଥିଲେ ଏବଂ ରଶ୍ମିତା ସେଠୀ ଓ ବି, ପୀତାମ୍ବର ରେଡି ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.