Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନୀବନ ଓଡ଼ିଶା କାର୍ଯ୍ୟକ୍ରମ

ଭଦ୍ରକ ମହିଳା ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନୀବନ ଓଡ଼ିଶା କାର୍ଯ୍ୟକ୍ରମ

13

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଶା ସରକାରଙ୍କର ଯୁବ ଓଡ଼ିଶା ନବୀନ ଓଡ଼ିଶା ତଥା ସାମାଜିକ କାର୍ଯ୍ୟକଳାପ କ୍ଲବ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ୨୩.୧୧.୨୩ରିଖରେ ଉଦ୍‌ଘାଟିତ ହୋଇ ତା ୨୮.୧୧.୨୩ରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦ୍‌ଘାଟନ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ୍ କର ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ବିଶିଷ୍ଠ ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀ ସେକ୍ ନାସିରବକ୍ସ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ବିଷୟ ବିଶାରଦ ଭାବରେ ବାଳିକା ଶିକ୍ଷା ସଂଯୋଜିକା ଇସ୍ପିତା ଯେନା ଏବଂ ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଯୋଗ ଦେଇ ବାଳିକାମାନଙ୍କର ଶିକ୍ଷା ଓ ଅଧିକାର ପ୍ରସଙ୍ଗ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । ସାମାଜିକ କାର୍ଯ୍ୟକଳାପ କ୍ଲବ୍‌ର ସଂଯୋଜକ ଡ଼. ଶୁଭଶ୍ରୀ ବେହେରା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏହି କ୍ଲବର ଅନ୍ୟାନ୍ୟ ସଦସ୍ୟ ଅନିତାରାଣୀ ପୂର୍ତ୍ତି, ସୌଦାମିନୀ ରାଉତ ଏବଂ ଇସ୍ମିତା ବିଶ୍ୱାଳ କାର୍ଯ୍ୟକ୍ରମଟିକୁ ସଂଚାଳନ କରିବାରେ ଯୋଗଦାନ କରିଥିଲେ । ସେହିପରି ଦ୍ୱିତୀୟ ଦିବସ ତା ୨୪.୧୧.୨୩ରିଖ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଉଦ୍‌ଘାଟନ କରି ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଡ଼. ଶୁଭଶ୍ରୀ ବେହେରାଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ଼. ଭାଗ୍ୟଶ୍ରୀ ପଣ୍ଡା ବିଷୟ ବିଶାରଦ ଭାବେ ଯୋଗଦାନ କରି ବାଳିକାମାନଙ୍କର ଶାରୀରିକ ସୁସ୍ଥତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସେହିପରି ଡ଼ା. ଦେବରାଜ ପାଣିଗ୍ରାହୀ, ଶିଶୁ ମଙ୍ଗଳ କମିଟି, ଅଧ୍ୟକ୍ଷ ବାଳିକାମାନଙ୍କର ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ସମ୍ବଳିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଧାମରା ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ଲକ୍ଷ୍ମୀଧର ବେହେରା ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ସମ୍ବଳିତ କୌଶଳ ପ୍ରଦର୍ଶନ କରିଥିଲେ । ସେହିପରି ତୃତୀୟ ଦିବସରେ ତା ୨୮.୧୧.୨୩ର ସାମାଜିକ କାର୍ଯ୍ୟକଳାପ କ୍ଲବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଚିତ୍ରା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟକୁ ଉଦ୍‌ଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁପ୍ରିତି କର ସଭାର ଅଧ୍ୟକ୍ଷତା କରିଥିଲେ । ରାଜନୀତି ବିଜ୍ଞାନର ମୁଖ୍ୟ ଅନିତା ଦଳାଇ ଏବଂ ଇତିହାସ ବିଭାଗର ମୁଖ୍ୟ ମନୋଜ କୁମାର ସାହୁ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସେମାନଙ୍କର ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ସାମାଜିକ କାର୍ଯ୍ୟକଳାପ କ୍ଲବର ସଦସ୍ୟା ସୌଦାମିନି ରାଉତ, ଦେବବ୍ରତ ଦାସ ପ୍ରଗତି ଯୁବକ ସଂଘର ନିର୍ଦ୍ଦେଶକ ବନମାଳୀ ଯେନା, କିଶୋର ନ୍ୟାୟ ପରିଷଦର ସଦସ୍ୟ ସ୍ୱଚ୍ଛତା ଅଭିଯାନ ଏବଂ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ ଉପରେ ଆଲୋଚନା କରିଥିଲେ । ଶେଷରେ ସାମାଜିକ କାର୍ଯ୍ୟକଳାପ କ୍ଲବର ସଦସ୍ୟା ଇସ୍ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ମହିଳା ମହାବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଓଡ଼ିଶା ସରକାରଙ୍କର ଏହି ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଖାପାଖି ୪୦୦ ଛାତ୍ରୀ ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.