Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର

ଭଦ୍ରକ ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର

16

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିିବିର ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭଦ୍ରକ ଏସ୍‌.ପି. ବରୁଣ ଗୁଂଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୪୨ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୪୦ଟି ବ୍ୟକ୍ତିଗତ ଏବଂ ୨ଟି ସାମୁହିକ ସମସ୍ୟା ଭିତିକ ଅଭିଯୋଗ ଥିଲା । କିଡ୍‌ନି ରୋଗର ଚିକିତ୍ସା ପାଇଁ ଜଣେ ଆବେଦନ କାରୀଙ୍କୁ ୧୫ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବି.ଡି,ଓ. ସୀତାକାନ୍ତ ରାଉତ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଉକ୍ତ ବ୍ଲକ୍ ଓ ଭଦ୍ରକ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ପାଇଁ ଆବଶ୍ୟକ ମତେ ଜିଲ୍ଲାପାଳଙ୍କ ଠାରେ ତଥ୍ୟ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସମବାୟ, ପୋଲିସ, ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା ଆଦି ବିଭାଗ ସହିତ ରାସ୍ତା, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଆଗତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.