Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକରେ ମିଳିତ ଜନଶୁଣାଣି ଶିବିର

ଭଦ୍ରକ ବ୍ଲକରେ ମିଳିତ ଜନଶୁଣାଣି ଶିବିର

19

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସର ୪ର୍ଥ ସୋମବାର ଦିନଟିକୁ ସରକାରଙ୍କ ଦ୍ୱାରା ଅଧାଛୁଟି ଘୋଷଣା କରାଯାଇଥିବାରୁ ସରକାରୀ ନିର୍ଦ୍ଦେଶମତେ ଅପରାହ୍ନ ଘ୨.୩୦ମି ରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୪ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରେ ୧୨ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଓ ୨ଟି ସାମୂହିକ ସମସ୍ୟା ଭିତ୍ତିକ ଥିଲା । ଭଦ୍ରକ ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଏ.ସି.ଡ଼ି.ଓ କୁଶଳ ଚନ୍ଦ୍ର ନାୟକ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବି.ଡ଼ି.ଓ. ସୀତାକାନ୍ତ ରାଉତ ପ୍ରମୁଖଙ୍କ ସହ ଜିଲ୍ଲା ଓ ଉକ୍ତ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଆଗତ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗସବୁର ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଆଶୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.