Home ଜିଲ୍ଲା ପରିକ୍ରମା ଭଦ୍ରକ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ, ଜନ୍ମାଷ୍ଟମୀ ଓ ବଳିଦାନ ଦିବସ ପାଳିତ

ଭଦ୍ରକ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ, ଜନ୍ମାଷ୍ଟମୀ ଓ ବଳିଦାନ ଦିବସ ପାଳିତ

31

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକ ନଗର ପକ୍ଷରୁ ୫୭ ତମ ସ୍ଥାପନା ଦିବସ ସହ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ବଳିଦାନ ଦିବସ ଅନୁଷ୍ଠିତ ହୋଇଯାଇଛି। ଆଜି ଗାନ୍ଧିପଡ଼ିଆ କାର୍ଯ୍ୟାଳୟ ପରିସରରେ କରୋନା କଟକଣା ମଧ୍ୟରେ ସୀମିତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପରିଷଦ ପକ୍ଷରୁ ହୋମ ଯଜ୍ଞ ହେବା ସହ ଜିଲ୍ଲା ସଭାପତି ବିଜୟ ସିହ୍ନାଙ୍କ ଉପସ୍ଥିତରେ ଅନୁଷ୍ଠିତ ବୈଠକରେ ପ୍ରାନ୍ତ ସତସଙ୍ଗ ସହ ପ୍ରମୁଖ ଗୋବିନ୍ଦ ରାଉତ, ସନ୍ଥ ବଟକୃଷ୍ଣ ବାବା ଏବଂ ନଗର ସଭାପତି ପୁନିଲ ସାମନ୍ତ ମଞ୍ଚାସିନ ରହିଥିଲେ। ଶ୍ରୀ ରାଉତ ଦୀର୍ଘ ସମୟ ଧରି ରାଷ୍ଟ୍ର, ଧର୍ମ, ସଂସ୍କୃତି ସମ୍ବନ୍ଧରେ ଆଲୋଚନା କରିବା ସହ ଜନ୍ମାଷ୍ଟମୀ, ପରିଷଦର ପ୍ରତିଷ୍ଠା ଦିବସ ଏବଂ ବଳିଦାନ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ସିହ୍ନା ଯୁବ ସମାଜକୁ ସଂଗଠିତ ରହି ରାଷ୍ଟ୍ରପ୍ରତି ସମର୍ପଣ ଭାବନା ରଖି କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ। ସାମ୍ପ୍ରତିକ ସ୍ଥିତିକୁ ଅନୁଧ୍ୟାନ କରି ହିନ୍ଦୁ ସମାଜ ମଧ୍ୟରେ ସମାନତା, ଏକତା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ବଜରଙ୍ଗ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱାଧୀନ ସୁନ୍ଦର ଦାସ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ସିହ୍ନା ନଗର ସମିତିର ୭ ଜଣ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ଉପ ସଭାପତି ନିରଞ୍ଜନ ସାହୁ, ଧର୍ମ ରକ୍ଷା ପ୍ରମୁଖ ବୃନ୍ଦାବନ ଜେନା, ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ଭୂଷଣ ନାୟକ, ହୃଷିକେଶ ନାଥ, ଶ୍ରୀକାନ୍ତ ଲେଙ୍କା, ନଗର କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ଦାସ, ଉପ ସଭାପତି ମହେଶ୍ୱର ବେହେରା ଏବଂ ସୁଶାନ୍ତ ଜେନା, ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ(ବବୁଲୁ), ସହ ସମ୍ପାଦକ ସନ୍ତୋଷ ନାୟକ, ବଜରଙ୍ଗ ଦଳ ନଗର ସଂଯୋଜକ ଦେବାଶିଷ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କାହ୍ନା ପ୍ରସାଦ ଖୁଣ୍ଟିଆ, ପ୍ରଶାନ୍ତ ମଲ୍ଲିକ, ସୂରଜ ରାମ, ବିକ୍ରମ ମହାପାତ୍ର, ରାହୁଲ ସାହୁ, ଅଶୋକ ମଲ୍ଲିକ, ତାପଜ ସାହୁ, ମାନସ ବାରିକ, ଓଁକାର ମହାନ୍ତି, ସତ୍ୟ ବେହେରା, ସୋଲଜର ମାନସ, ପ୍ରିୟବ୍ରତ ନାୟକ, ଆଲୋକ ବେହେରା, ମୁକେଶ ବାରିକ, ସୂରଜ ଦାସ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସନ୍ଥ ବଟକୃଷ୍ଣ ବାବା ଆଶ୍ରି ବଚନ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.