Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ରଣହୁଙ୍କାର, ଡିସେମ୍ବର ୯ ରେ ବିଧାନସଭା ଘେରାଉ

ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ରଣହୁଙ୍କାର, ଡିସେମ୍ବର ୯ ରେ ବିଧାନସଭା ଘେରାଉ

101

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମମିତା ମେହେର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ବିଜେପି ଯୁମମୋର୍ଚ୍ଚା ଋଣ ହୁଙ୍କାର ଦେଇଛି । ଚଳିତମାସ ୯ ତାରିଖ ଦିନ ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରିବ ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ଉପଲକ୍ଷେ ଭଦ୍ରକ ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ଭଦ୍ରକ ଜିଲା ଯୁବମୋର୍ଚ୍ଚାର ଛାମୁଆ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ମାନସ ଦତ୍ତ, ରାଜ୍ୟ ଯୁବମୋର୍ଚ୍ଚାର ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ଜିଲା ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତଙ୍କ ସମେତ ଭଦ୍ରକ ଓ ବାଲେଶ୍ୱର ଜିଲାର ବହୁ ଛାମୁଆ ସଂଗଠକମାନେ ଯୋଗ ଦେଇଥିଲେ । ତେବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଭଦ୍ରକ ଓ ବାଲେଶ୍ୱର ଜିଲାର ପ୍ରାୟ ୫ ହଜାର କର୍ମୀ ଯୋଗ ଦେବାର ନିଷ୍ପତ୍ତି ହୋଇଥିବାବେଳେ ଏ ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କେବଳ ଭଦ୍ରକ ଜିଲାରୁ ୨ ହଜାର କର୍ମୀ ଯୋଗଦେବେ । ଯେପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ଏହି ବୈଠକରେ ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଗଣମାଧ୍ୟମକୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲା ବିଜେପି ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ପୂର୍ବତନ କାଉନ୍‌ସିଲର ଶରତ ପଢିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.