Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ‘ରାଷ୍ଟ୍ର ପାଇଁ ଉପବାସ’, ରାଷ୍ଟ୍ର ପାଇଁ ଉପବାସ ରଖିଲା ଭଦ୍ରକ...

ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ‘ରାଷ୍ଟ୍ର ପାଇଁ ଉପବାସ’, ରାଷ୍ଟ୍ର ପାଇଁ ଉପବାସ ରଖିଲା ଭଦ୍ରକ ଯୁବମୋର୍ଚ୍ଚା

26

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ସନ୍ନିକଟ ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଦ୍ୱାରା ‘ରାଷ୍ଟ୍ର ପାଇଁ ଉପବାସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବମୋର୍ଚ୍ଚାର ସଦସ୍ୟମାନେ ସକାଳୁ ଉପବାସ ରଖି ରାଷ୍ଟ୍ର ପ୍ରତି ହୋଇଥିବା ଅସମ୍ମାନକୁ ପ୍ରତିବାଦ ଜଣାଇଥିଲେ। ଗତ ସାଧାରଣତନ୍ତ୍ର ଦିବସରେ ନୂଆଦିଳ୍ଲୀର ଲାଲକିଲ୍ଲାଠାରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରିଥିବା ପ୍ରତିବାଦରେ ଭଦ୍ରକ ଯୁବ ବିଜେପି କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ କରିଥିବା ଜଣା ପଡ଼ିଛି। ନକଲି କୃଷକ ସାଜି, କିଛି ଦେଶ ବିରୋଧି ତତ୍ତ୍ୱ ରାଜନୈତିକ ଅଭିସନ୍ଧି ପୂରଣ କରିବାକୁ ଅପପ୍ରୟାସ କରୁଥିବାର ମତ ପ୍ରକାଶ ପାଇଛି। ପାକିସ୍ଥାନ ଓ ଚାଇନାଠାରୁ ଅର୍ଥ ଗ୍ରହଣ କରି ଖଲିସ୍ଥାନ ନାମରେ ଭାରତ ବର୍ଷରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାର ଚେଷ୍ଟାକୁ ଭାରତର ଯୁବ ସମାଜ ଦୃଢ ବିରୋଧ କରିବ ବୋଲି ଯୁବ ବିଜେପିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିଦଙ୍କ ପାଖକୁ ଏକ ପତ୍ର ଜନସାଧାରଣଙ୍କ ଦସ୍ତଖତ କରି ଦେଶକୁ ନଷ୍ଟ କରୁଥିବା ଦେଶଦ୍ରୋହୀ ଦୁର୍ବୃର୍ତ୍ତଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତ ମୂଳକ ଦଣ୍ଡାଦେଶ ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି। ପରିଶେଷରେ ସନ୍ଧ୍ୟା ୬ଟାରେ ଯୁବ ବିଜେପିର କର୍ମକର୍ତ୍ତାମାନେ ହଳଦୀଡିହର ଭାରତମାତା ମନ୍ଦିରରେ ଦୀପଦାନ କରି ପାଦୁକା ସେବନ କରି ଉପବାସ ଭାଙ୍ଗିଥିଲେ। ସେଠାରେ ଦେଶ ପ୍ରତି କର୍ତ୍ତବ୍ୟବୋଧର ଶପଥ ପାଠ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ, ଯୁବ ନେତୃତ୍ୱ ଦେବାଂଶୁ ରାଉତ, ବିକାଶ ରାଉତ, ସୁଧୀର ଦ୍ୱିବେଦୀ, ମହମ୍ମଦ ସବର, ସରୋଜ ରାଉତ, ଦେବବ୍ରତ ଦାସ, ଚନ୍ଦ୍ରମୋହନ ମହାପାତ୍ର, ମିଲନ ବଳ, ଅବିନାଶ ଦାସ, ବିକାଶ ସ୍ୱାଇଁ, ସୌମ୍ୟ ମହାକୁଡ, ବିକାଶ ପାଢୀ, ଦିଲୁ ମହାନ୍ତି, ତୀର୍ଥ ପ୍ରସାଦ, ପ୍ରତୀକ ସାହୁ, ଅମିତ ମହାନ୍ତି, ପ୍ରିୟବ୍ରତ ଭୋଇ, ମୁକେଶ ବାରିକ, ସନତ ରାଉଳ, ଚନ୍ଦନ ଦାସ, ଦୁର୍ଗା ଶଂକର, କାହ୍ନା ମଲ୍ଲିକ, ଆତ୍ମଜିତ୍ ମହାନ୍ତି, ଲିପୁନ ରାଉଳ, ସାତ୍ତିକ ଦେବଦତ୍ତ ପ୍ରମୁଖ ଉପବାସ ରଖିଥିଲେ। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳ, ସଂସଦୀୟ ନେତା ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ବରିଷ୍ଠ ନେତା ଅଶୋକ ପୁହାଣ, ଶଶିକାନ୍ତ ବିଶ୍ୱାଳ, ଶରତ ପଢିଆରୀ, ତପନ ମହାନ୍ତି, ପ୍ରଭାତ ମହାନ୍ତି, ଭଗବାନ ପଣ୍ଡା ପ୍ରମୁଖଙ୍କ ସମେତ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ପ୍ରବୀର ଶଂକର ଦାସ ଉପସ୍ଥିତ ରହି ଉପବାସ ଭଙ୍ଗ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.