Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସଭା ଓ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭଦ୍ରକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସଭା ଓ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

15

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ରାଜ୍ୟର ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଓ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି ଭଦ୍ରକ ବିଧାନସଭା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସହରାଞ୍ଚଳ ଥାନା ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଭଦ୍ରକ ବିଧାନସଭା ନେତା ଡା. ପ୍ରଦୀପ କୁମାର ନାୟକ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ଶ୍ରୀହର୍ଷ ସ୍ୱାଇଁ, ଭଗବାନ ପଣ୍ଡା, ଘାଉଲି ଜେନା, ଅମରେଶ ଚନ୍ଦ୍ର ନାୟକ, ପ୍ରଭାତ ମହାନ୍ତି, ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ପ୍ରଭାକର ସାମଲ, ଗୋପାଳ ସାହୁ, ବୃଷଭାନୁ ସାହୁ, ଶଶାଙ୍କ ଦାଶ, ରାକେଶ ମହାପାତ୍ର, ବିଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ସାମଲ, ରଜନୀକାନ୍ତ ଦାସ, ନୀଳ ଶୁଭମ୍ ପଣ୍ଡା, ସଂଜିତ ଲେଙ୍କା, ଆଲୋକ ମହାନାୟକ ଓ ପ୍ରମୋଦ ସାମଲ ପ୍ରମୁଖ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସହରାଞ୍ଚଳ ଥାନା ସମ୍ମୁଖରେ ପହଞ୍ôଚଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପରୋକ୍ତ ନେତାମାନେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ଥିବା ମନ୍ତ୍ରୀ ଶ୍ରୀ ଜେନାଙ୍କୁ ରାଜ୍ୟ ସରକାର ତୁରନ୍ତ ବହିଷ୍କାର କରିବା ସହ ଉକ୍ତ ଘଟଣାରେ ଜଡିତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ । ଏବଂ ଏହା ତୁରନ୍ତ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.