Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜୁ ସ୍ମୃତି କମିଟିର ସମ୍ବର୍ଦ୍ଧନା ଉତ୍ସବ

ଭଦ୍ରକ ବିଜୁ ସ୍ମୃତି କମିଟିର ସମ୍ବର୍ଦ୍ଧନା ଉତ୍ସବ

79

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଜୁ ସ୍ମୃତି କମିଟି ଆନୁକୂଲ୍ୟରେ ଆହୁତ ସମ୍ବର୍ଦ୍ଧନା ସଭା ବିଜୁ ସ୍ମୃତି କମିଟିର ଅଫିସ କାର୍ଯ୍ୟାଳୟ, କୁଆଁସ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦର ଅଧ୍ୟକ୍ଷ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ । ସମାଜସେବା କ୍ଷେତ୍ରରେ ଆଜୀବନ ଉତ୍ସର୍ଗୀକୃତ ୨ଜଣ ପ୍ରତିଭାଧାରୀ ବ୍ୟକ୍ତିତ୍ୱ, ଲାୟନ୍ସ କ୍ଲବ ସଭାପତି ତଥା କମିଟିର ଉପସଭାପତି ଅଶୋକ କୁମାର ମହାନ୍ତି ଏବଂ ସ୍ମୃତି କମିଟି ଅଧ୍ୟକ୍ଷା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଆଡ୍‌ଭୋକେଟ ଅମିତାବାଳା ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ସ୍ମୃତି କମିଟି ଜିଲ୍ଲାର ନିଜସ୍ୱ ୫-ଟି କାର୍ଯ୍ୟକ୍ରମ ଆଶାନୁରୂପ ସାଫଲ୍ୟ ଅର୍ଜନ କରିଛି ବୋଲି ପ୍ରାରମ୍ଭିକ ସୂଚନା କମିଟିର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଅଟଳ ବିହାରୀ ନାୟକ ଦେଇଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଦ୍ୱୟ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ନିଜା ବକ୍ତବ୍ୟ ଏବଂ ସୁଦୂର ପ୍ରସାରୀ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।

ଓଡ଼ିଶାର ଜୀବନରେଖା ମହାନଦୀର ଜଳ ଆବଣ୍ଟନ, କରୋନା ପାଇଁ ଜିଲ୍ଲାର ପ୍ରଥମ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ସ୍ମୃତି କମିଟି ଦ୍ୱାରା ହସ୍‌ପିଟାଲ ରୋଡ଼ରେ ମାସ୍କ, ସାନିଟାଇଜର ବଣ୍ଟନ କାର୍ଯ୍ୟରେ ଦୁଇ ସମ୍ବର୍ଦ୍ଧିତ ପ୍ରତିଭା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଦିଲ୍ଲୀ ଠାରେ କୃଷି କଳା ଆଇନ ବିରୁଦ୍ଧରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ କମିଟିର ସଦସ୍ୟ ଡାକ୍ତର ରବି ମହାପାତ୍ର ଓ ଅଧ୍ୟକ୍ଷା ଅମିତା ଆଚାର୍ଯ୍ୟ, ୩୩% ପ୍ରତିଶତ ମହିଳାଙ୍କ ନିମନ୍ତେ ସଂରକ୍ଷଣ ସିଟ୍‌, ବିଧାନସଭା ଓ ସଂସଦରେ ମଧ୍ୟ ବାରମ୍ବାର ଦାବୀ କରି କିଞ୍ଚିତ ମାତ୍ରାରେ ଫଳପ୍ରଦ ହୋଇଥିଲେ । ଡାକୋଟା ବିମାନକୁ କଲିକତାରୁ ଭୁବନେଶ୍ୱର ଅଣାଯିବା ପାଇଁ ଏ ପର୍ଯ୍ୟନ୍ତ ଦାବି ଉପସ୍ଥାପିତ ହୋଇ ଆସିଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପୁରସ୍କାର ଦାବୀ ଏବେ ମଧ୍ୟ ବଳବତ୍ତର ଅଛି । କୋଭିଡ୍ ନିୟମକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟକ ସଦସ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଡ୍‌ଭୋକେଟ କୁଳମଣି ବେହେରା, ଡକ୍ଟର ଅବନୀ ପ୍ରଧାନ, ଇନ୍ତିୟାଜ ଖାନ୍‌, ସସ୍ମିତା ଅଗସ୍ତୀ, ରଜତ ସାହୁ, ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ଡାକ୍ତର ରବିନାରାୟଣ ମହାପାତ୍ର ନିଜର ଅଭିଜ୍ଞତାପୂର୍ଣ୍ଣ ବକ୍ତବ୍ୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.