Home ଜିଲ୍ଲା ପରିକ୍ରମା ଭଦ୍ରକ ବସୁଧୈବ କୁଟୁମ୍ବକମ୍ ବିଚାରମଞ୍ଚର କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ – ୨୦୨୩

ଭଦ୍ରକ ବସୁଧୈବ କୁଟୁମ୍ବକମ୍ ବିଚାରମଞ୍ଚର କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ – ୨୦୨୩

32

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଢ଼ୁଆଁସ୍ଥ ଶାନ୍ତି ଭବନରେ “ବସୁଧୈବ କୁଟୁମ୍ବକମ୍ ବିଚାର ମଞ୍ଚ” ପକ୍ଷରୁ କବିତା ପାଠୋତ୍ସବ ୨୦୨୩ ଓ ସମ୍ବର୍ଦ୍ଧନା ପର୍ବ ପ୍ର. ଗୋଲକ ବିହାରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାକୁ ଆନୁଷ୍ଠାନିକ ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ପ୍ରଫେସର ଝରଣା ପଟ୍ଟନାୟକ ଯୋଗଦେଇ ସମଗ୍ର ବିଶ୍ୱର ଭାଇଚାରା ଓ ସମସ୍ତଙ୍କ ମଧ୍ୟରେ ବନ୍ଧୁତ୍ୱର ଭାବ ସାହିତ୍ୟହିଁ ସୃଷ୍ଟିକରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଗାଳ୍ପିକ ପ୍ରଫେସର ପବିତ୍ର ପାଣିଗ୍ରାହୀ ଯୋଗଦେଇ ପଲ୍ଲୀର କଥା ସାହିତ୍ୟ ସଂସ୍କୃତିରେ ଭରି ରହିଥାଏ ସାହିତ୍ୟର ମାଧୂର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ର. ଅଟଳ ବିହାରୀ ନାୟକ, ପ୍ର. ମନୀନ୍ଦ୍ର ମହାନ୍ତି, ଡା. ଦୁର୍ଯ୍ୟୋଧନ ଦାସ ଓ ଶ୍ରୀ ଲଲାଟେନ୍ଦୁ ମହାନ୍ତି ଯୋଗଦେଇ ବସୁଧୈବ କୁଟୁମ୍ବକମ୍ ତାତ୍ପର୍ଯ୍ୟ ସାହିତ୍ୟରେ ଥାଏ ଭଲ ପାଇବା ଓ ବିଶ୍ୱ ବନ୍ଧୁତ୍ୱର ପରିଚୟ ସୃଷ୍ଟି କରିବା ସଂପର୍କରେ ମତରଖିଥିଲେ । ସଂପାଦକ ଡଃ ନିତ୍ୟାନନ୍ଦ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀମତୀ ମନୋରମା ଆଚାର୍ଯ୍ୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ରାଉତରାୟ ଡେପୁଟି କଲେକ୍ଟର କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, କାଳୀପଦ ପଣ୍ଡା, ଶ୍ରୀ ଅସୀତ ଦାଶ, ଅଧ୍ୟାପକ ନିରଞ୍ଜନ ବେହେରା, କୈଳାସ ଦାସ, ବିଜୟ ବହଳୀ, ଶରତ ଚନ୍ଦ୍ର ନାୟକ, ରତିକାନ୍ତ ବେହେରା, ଚୂଡ଼ାମଣି ଦାସ, ଗଦାଧର ରାଉତ, ମୃତ୍ୟୁଞ୍ଜୟରାମ ଆଚାର୍ଯ୍ୟ, ନରେନ୍ଦ୍ର ସାମଲ, ସୁଚିତ୍ରା ପାଣିଗ୍ରାହୀ, ପ୍ରତାପ କୁମାର ମହାପାତ୍ର, ନୀହାର ରଂଜନ କର, ମମତାରାଣୀ ଦାଶ, ପ୍ର.ଧର୍ମେନ୍ଦ୍ର ସିଂ, ଦେବଶ୍ରୀ ଭିକାରୀ ଚରଣ ଧଳଙ୍କୁ ବସୁଧୈବ କୁଟୁମ୍ବକମ୍ ସମ୍ମାନରେ ସମ୍ମାନୀତ କରିଥିଲେ । କବିତା ପାଠୋତ୍ସବରେ କବୀ ଡ. ପ୍ରଭାତ ନଳିନୀ ମହାପାତ୍ର, ଡଃ ଅବନୀ ପ୍ରଧାନ, ଋତୁରାଜ, ପ୍ରଶାନ୍ତ କୁମାର ପାଢ଼ୀ, ଗୀତାରାଣୀ ଆଇଚ, ସରୋଜିନୀ ମହାପାତ୍ର, ନୀଳିମା ପଣ୍ଡା, କୈଳାସ ଚନ୍ଦ୍ର ପାଢ଼ୀ, ରାମଚନ୍ଦ୍ର ସାହୁ ଓ ରଜନୀ ମଣୀ ସାହୁ ପ୍ରମୁଖ କବିମାନେ ଯୋଗଦେଇ ତାଙ୍କର କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ମିଶ୍ର, ଶାନ୍ତିଲତା ମିଶ୍ର, କମଳା ପଣ୍ଡା, ସତ୍ୟାନନ୍ଦ ମିଶ୍ର, ବ୍ରହ୍ମାନନ୍ଦ ମିଶ୍ର, ଗିରିଜା ପତି, ଅନୀତା ନନ୍ଦ, ପ୍ରତିମା ନାୟକ ଓ ବନ୍ଦନା ପତି ପ୍ରମୁଖ ଯୋଗଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.