ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରୁ ଜଣେ କରୋନା ପଜିଟିଜ୍ ଚିହ୍ନଟ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ପୌରପାଳିକାର ୬ନଂ ୱାର୍ଡରୁ ଜଣେ ଲୋକାଲ କଣ୍ଟାକ୍ଟ ଚିହ୍ନଟ ହୋଇଥିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଭଦ୍ରକ ଜିଲାରେ ମୋଟ ୭୫୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୭୪୭୮ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଏବେ ୧୩ ଜଣ କରୋନା ପଜିଟିଭି୍ ଚିକିତ୍ସା ହେଉଥିବାବେଳେ ମୋଟ ଭଦ୍ରକ ଜିଲାରୁ ୨୫ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜିସୁଦ୍ଧା ଜିଲାରେ ମୋଟ ୨ ଲକ୍ଷ ୯୯ ହଜାର ୪୨୪ ଜଣଙ୍କର ରକ୍ତ ନମୁନା ପରୀକ୍ଷଣ କରାଯାଇଛି ।