ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜସେବୀ ସ୍ୱର୍ଗତାଃ ଆଶାଲତା ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରୀ ମିଶ୍ର ଚାରିଟେବୁଲ ଟ୍ରଷ୍ଟ ଓ ରୋଟାରୀ ମିଡ୍ ଟାଉନର ମିଳିତ ଆନୁକୂଲ୍ୟରେ ଆଜି ଚରମ୍ପା ବରାଳପୋଖରୀ ହନୁମାନ ହାଟସ୍ଥିତ ଭଦ୍ରକ ମ୍ୟୁନିସ୍ପାଲିଟି ହସ୍ପିଟାଲ ପରିସରରେ ଏକ ନିଶୁକ୍ଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ରୋଟାରୀ କ୍ଲବ ଅଫ୍ କଟକ ଦ୍ୱାରା ପ୍ରତିଷ୍ଠିତ ଜେ.ପି.ଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ, କଟକ ସି.ଡି.ଏ ର ଚକ୍ଷୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇଛି । ଯେଉଁ ରୋଗୀମାନଙ୍କର ଚକ୍ଷୁ ପରଳ ଅପରେସନ ପାଇଁ ଯୋଗ୍ୟ ବିବେଚନା କରାଯାଇଛି ସେମାନଙ୍କୁ ଚିହ୍ନଟ କରାଯାଇ କଟକସ୍ଥିତ ଜେ.ପି.ଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟରେ ବିନା ମୂଲ୍ୟରେ ଅପରେସନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ ଟାଉନର ସମସ୍ତ ସଦସ୍ୟ ଓ ମିଶ୍ର ଚାରିଟେବୁଲ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଏହାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।