Home ଜିଲ୍ଲା ପରିକ୍ରମା ଭଦ୍ରକ ନାଥସାହି ଘଟଣା ପ୍ରସଙ୍ଗରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦାବିରେ ଏସ୍‌ପି ଅଫିସ୍ ଘେରାଓ କଲେ...

ଭଦ୍ରକ ନାଥସାହି ଘଟଣା ପ୍ରସଙ୍ଗରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦାବିରେ ଏସ୍‌ପି ଅଫିସ୍ ଘେରାଓ କଲେ କିନ୍ନର

52

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ନାଥସାହିରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ କିନ୍ନର, ସ୍ଥାନୀୟ ବାସିନ୍ଦା, ବିଜେପି ଜିଲା ଯୁବମୋର୍ଚ୍ଚା ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ନାଥସାହି ନିବାସୀ ରାଜେନ୍ଦ୍ର ନାଥଙ୍କ କନ୍ୟା ତୃଷ୍ଣାରାଣୀ ଚକଲେଟ୍ ପାଇଁ ଯାଇଥିବାବେଳେ ସେକ୍ ମୁସ୍‌କିମ୍ ନାମକ ବ୍ୟକ୍ତି ତାକୁ ଘରଭିତରକୁ ଟାଣିନେଇ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିଲା । ତେବେ ଗତ ୨ ତାରିଖରେ ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ ପରେ ସେ ଗିରଫ ହୋଇ କିଛିଦିନ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ଆସି ରାଜେନ୍ଦ୍ରଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ କେଶ୍ ଉଠାଇବା ପାଇଁ କହିଥିଲା । ମାତ୍ର ରାଜେନ୍ଦ୍ର ତାହା ନମାନିବାରୁ ତାଙ୍କ ପରିବାରଙ୍କୁ ବିଭିନ୍ନ ଧମକ ଚମକ ଦେଇଥିଲା । ଫଳରେ ନିର୍ଯ୍ୟାତିତା କନ୍ୟାଟି ତାହା ସହିନପାରି ଗତ ୨ ଦିନ ତଳେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ଏହି ଘଟଣାକୁ ତୀବ୍ର ବିରୋଧ କରି କିନ୍ନରମାନଙ୍କ ପକ୍ଷରୁ ଶ୍ରାବଣୀ କିନ୍ନର, ଜିଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ବିଶ୍ୱ ହିନ୍ଦୁ ପରିଷଦର ମାନସ ମହାନ୍ତି, କାର୍ତ୍ତିକ ସାହୁ, ସୁରେଶ ରାୟ, ଅନୀଲ ଚୌଧୁରୀ ଓ ସ୍ଥାନୀୟ ବାସିନ୍ଦାମାନେ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ପରବର୍ତ୍ତୀ ସମୟରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ସେମାନଙ୍କୁ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ପ୍ରତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବାପରେ ଏହି ଘେରାଓ ପ୍ରତ୍ୟାହୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.