Home ଜିଲ୍ଲା ପରିକ୍ରମା ଭଦ୍ରକ ତହସିଲରେ ଜମି ନାମଜାରୀରେ ଚଞ୍ଚକତା ଅଭିଯୋଗ, ସେଟେଲମେଣ୍ଟ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର

ଭଦ୍ରକ ତହସିଲରେ ଜମି ନାମଜାରୀରେ ଚଞ୍ଚକତା ଅଭିଯୋଗ, ସେଟେଲମେଣ୍ଟ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର

33

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ତହସିଲରେ ଜମି ନାମଜାରୀ ସମୟରେ ଚଞ୍ଚକତା ପୂର୍ବକ ଅନ୍ୟ ଲୋକଙ୍କ ନାମରେ ନାମଜାରୀ ହେବା ଭଳି ଏକ କେଳେଙ୍କାରୀ ପଦାକୁ ଆସିଛି । ଜମି ନାମଜାରୀ ବେଳେ ଚଞ୍ଚକତାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଆଜି ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଭଦ୍ରକ ତହସିଲ ଅନ୍ତର୍ଗତ କୁଆଁସ ଗ୍ରାମର ହରି ମଳିକଙ୍କ ଜମି ମଠସାହି ମୌଜାର ଖାତା ନଂ ୫୨୨, ପ୍ଲଟ ନଂ ୧୩୧୨ ଏ୦.୦୯ ଡିସିମିଲ ଜମିକୁ ତାଙ୍କ ନାମରେ ସେଟେଲମେଣ୍ଟ ପାଇଁ ଅତିରିକ୍ତ କମିଶନର ସେଟେଲମେଣ୍ଟ ଚକବନ୍ଦୀ ବିଭାଗ, ବାଲେଶ୍ୱରଙ୍କ ଠାରେ ମକଦ୍ଦମା ନଂ ୪୭/୨୦୧୬ ରେ ଏହାର ନାମଜାରୀ ଫଇସଲା ପାଇଁ ଆବେଦନ କରିଥିଲେ । ଅତିରିକ୍ତ କମିଶନର ମଧ୍ୟ ଏହି ଜମିର ଆନୁସଙ୍ଗିକ ରେକର୍ଡପତ୍ର ଯାଞ୍ଚ କରି ଏହା ହରି ମଳିକଙ୍କ ନାମରେ ଏହାକୁ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହରି ମଳିକ ଏହାକୁ ନିଜ ନାମରେ ନାମଜାରୀ ପାଇଁ ମୋକଦ୍ଦମା ନଂ ୧୧୪୫/୨୦୨୦ ମୂଳେ ଆବେଦନ କରିଥିଲେ । ମାତ୍ର ତହସିଲ କାର୍ଯ୍ୟାଳୟର କର୍ମଚାରୀ ଚଞ୍ଚକତା ପୂର୍ବକ ଉକ୍ତ ଜମିକୁ ନୂତନ ଖାତା ୭୭୬/୩୮୯୪ ଯୋଗେ ସ୍ନିଗ୍ଧାରାଣି ଦାସଙ୍କ ନାମରେ ରେକର୍ଡ କରାଇଛନ୍ତି । ଏହି ଘଟଣା ଜାଣିବା ପରେ ହରି ମଳିକ ବାରମ୍ବାର ତହସିଲକୁ ଧାଇଁ ଧାଇଁ ନିରାଶ ହେବା ପରେ ବାଧ୍ୟ ହୋଇ ଆଜି ସାମ୍ବାଦିକ ସମ୍ମିଳନୀ କରି ନିଜର ଦୁଃଖ ଜଣାଇଛନ୍ତି । ମୋକଦ୍ଦମା ନମ୍ବର ୪୩୫୪/୨୦୨୧କୁ ସଂଶୋଧନ କରାଯାଇ ସେ କରିଥିବା ମକଦ୍ଦମା ୧୧୪୫/୨୦୨୦ ମୂଳେ ଫଇସଲା କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.