Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଳାରେ ଖୋଲିଲା ଅତ୍ୟାଧୁନିକ ଆରୋଗ୍ୟମ ମଲ୍ଟି ସ୍ପେଶିଆଲିଟି ପଲ୍ଲୀ କ୍ଲିନିକ

ଭଦ୍ରକ ଜିଲ୍ଳାରେ ଖୋଲିଲା ଅତ୍ୟାଧୁନିକ ଆରୋଗ୍ୟମ ମଲ୍ଟି ସ୍ପେଶିଆଲିଟି ପଲ୍ଲୀ କ୍ଲିନିକ

23

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳର ଆରଡି ଛକ ନିକଟ ତହସିଲରୋଡ ପ୍ରଜାପତି କଲ୍ୟାଣ ମଣ୍ଡପ ଠାରେ ଏକ ନୂତନ ଆରୋଗ୍ୟମ୍ ମଲ୍ଟି ସ୍ପେଶିଆଲିଟି ପଲ୍ଲୀ କ୍ଲିନିକ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଆଜି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି କ୍ଲିନିକ ଓ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ଭଦ୍ରକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ ଜେନା, ଜିଲ୍ଲା ଯୁବ ଯାଦବ ସଭାପତି ପ୍ରକାଶଜ୍ୟୋତି ମହାକୁଡ, ଯୁବନେତା ବିକାଶ ଶ୍ରେଷ୍ଠା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅତ୍ୟାଧୁନିକ କ୍ଲିନିକରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା କ୍ୟାନସରଠାରୁ ଆରମ୍ଭ କରି ନ୍ୟୁରୋଲୋଜି, ନୁରୋସର୍ଜରୀ ଭଳି ୨୫ ଗୋଟି ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା କରାଯିବ । କଟକ, ଭୁବନେଶ୍ୱରରୁ ଡାକ୍ତରମାନେ ଏଠାରେ ନିୟମିତ ଚିକିତ୍ସା ସେବା ଯୋଗାଇବେ । ଏହି ଡାକ୍ତରମାନେ ମାଗଣାରେ ରୋଗୀଙ୍କ ଚିକିତ୍ସା କରିଥିଲେ । ମ୍ୟାନକାଇଣ୍ଡ କମ୍ପାନୀ ପକ୍ଷରୁ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏହି କ୍ଲିନିକରେ ଅନ୍‌ଲାଇନ ଯୋଗେ ନାମ ପଞ୍ଜିକରଣ କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.