Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ସ୍ତରୀୟ ଆଶା ଗ୍ରାମ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ

ଭଦ୍ରକ ଜିଲ୍ଲା ସ୍ତରୀୟ ଆଶା ଗ୍ରାମ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ

60

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସ୍ତରୀୟ ଆଶା, ଗ୍ରାମକଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ସମାବେଶ ସ୍ଥାନୀୟ ସହିଦ ସ୍ମୃତି ଭବନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ପୌରହିତରେ ଅନୁଷ୍ଠିତ ଉକ୍ତ ସମାବେଶକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହ ତୃଣମୂଳ ସ୍ତରର ଦିନରାତି ମାନବ ସେବାରେ ନିୟୋଜିତ ଆଶାକର୍ମୀ ମାନଙ୍କ ତ୍ୟାଗ ଓ ସେବାର ଭୂୟସୀ ପ୍ରଶଂସା କରିବା ସହ ଅନ୍ୟ ସମସ୍ତ ନିୟୋଜିତ ଆଶାକର୍ମୀ ମାନଙ୍କ ତ୍ୟାଗ ଓ ସେବାର ଭୂୟସୀ ପ୍ରଶଂସା କରିବା ସହ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କୁ ଦ୍ୱିତୀୟ ଈଶ୍ୱର କହିବା ସହ ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ପଦାଧିକାରୀ ମାନଙ୍କର ନିରବଚ୍ଛିନ୍ନ ଉଦ୍ୟମ ଜିଲ୍ଲାକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଆଗକୁ ନେଇପାରିଛି ବୋଲି କହିଥିଲେ । ଅତିରିକ୍ତ ପୋଲିସ ଅଧୀକ୍ଷକ ବାମଦେବ ସିଂ ଆଶା କର୍ମୀ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ପ୍ରତ୍ୟେକଟି ମଣିଷର ଦେବଦୁର୍ଲଭ ଚିନ୍ତାଧାରା ପର ମଣିଷକୁ ଆପଣାର କରି ତାକୁ ମୃତ୍ୟୁମୁଖରୁ ବଞ୍ଚାଇପାରେ ବୋଲି କହିଥିଲେ । ଡାକ୍ତର ପାତ୍ର ଜିଲ୍ଲାର ବିଭାଗୀୟ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଅଧିକାରୀ, ଆଶା, ଅଙ୍ଗନବାଡ଼ି, କର୍ମୀ, ସମ୍ମିଳିତ ଉଦ୍ୟମ ଆଗାମୀ ଦିନରେ ଜାରିରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଏଡ଼ି.ଏମ୍‌.ଓ ମେଡ଼ିକାଲ ଡା. ସନ୍ତୋଷ କୁମାର ଜେନା, ଏଡ଼ି.ଏମ୍‌.ଓ.ଏଫ୍‌.ଡ଼ବ୍ଲୁ ଡା. କନକଲତା ସାହୁ, ଡ଼ି.ଏମ୍‌.ଓ ଡା. ମୁରଲୀଧର ନାୟକ, ଡିଟିଓ ଡା. ସନ୍ତୋଷ କୁମାର ପୃଷ୍ଟି, ଡିପିଏମ ସରିତା ମହାପାତ୍ର ଯୋଗଦେଇ ସଫଳତା ଆଉ ପ୍ରେରଣା ଆଗକୁ ବାଟ କଢ଼ାଇନିଏ ବୋଲି କହିଥିଲେ । କାୟାକଳ୍ପ ପୁରସ୍କାର ପାଇଥିବା ଭଣ୍ଡାରିପୋଖରୀ, ବାସୁଦେବପୁର, ଧାମନଗର, ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଉପରୋକ୍ତ ବ୍ଲକ ସହ ବନ୍ତ, ତିହିଡ଼ି, ଚାନ୍ଦବାଲି ଆଦି ସାତଟି ବ୍ଲକର ଯୋଗ୍ୟ ବିବେଚିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର୍‌,୍ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନଙ୍କୁ ପୁରସ୍କୃତ କରିଥିଲେ । ସାତଟି ବ୍ଲକ୍‌ର ୮ ଜଣ, ୪ ସଫଳ ଆଶା କର୍ମୀ, ସାତଟି ଗ୍ରାମ କଲ୍ୟାଣ ସମିତି, ସହର ଅଂଚଳର ପଚିଶଟି ମହିଳା ଆରୋଗ୍ୟ ସମିତିକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ତିହିଡ଼ି ବ୍ଲକର ବିତ୍ତ ପରିଚାଳକ ବିପ୍ଳବ ପତିଙ୍କ ସଂଚାଳନାରେ ଓ ସଂଯୋଜନାରେ ଉକ୍ତ ଉତ୍ସବକୁ କ୍ୱାଲିଟି ମେନେଜର ଅଭିଳାଷ ପାଣିଗ୍ରାହୀ, ଆସିଷ୍ଟାଣ୍ଟ ମେନେଜର ଆଶା କଳ୍ପନା ସାମଲ, ଡ଼ିଡ଼ିଏମ ରାଗଶ୍ରୀ ମହାନ୍ତି, ବି.ପି.ଏମ୍ ରଶ୍ମିତା ପୃଷ୍ଠି, ଡି.ପି.ଏମ୍‌. ଡାପସୁ ଇଂ. ସ୍ୱର୍ଣ୍ଣଲତା ମହାପାତ୍ର ଏବଂ ଅନ୍ୟମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.