Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ତଥା ରାଜ୍ୟସ୍ତରରେ ସର୍ବ କନିଷ୍ଠ ପିଲାମାନଙ୍କୁ ନେଇ ଲଣ୍ଡନ କିଡ୍ସ ପ୍ରି ସ୍କୁଲର...

ଭଦ୍ରକ ଜିଲ୍ଲା ତଥା ରାଜ୍ୟସ୍ତରରେ ସର୍ବ କନିଷ୍ଠ ପିଲାମାନଙ୍କୁ ନେଇ ଲଣ୍ଡନ କିଡ୍ସ ପ୍ରି ସ୍କୁଲର ଏକ ଅଭିନବ ପ୍ରୟାସ

117

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ୨ରୁ ୩ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ଭଦ୍ରକ ସାଳନ୍ଦୀ ବାଇପାସ୍ ସ୍ଥିତ ‘ଲଣ୍ଡନ୍ କିଡ୍ସ ପ୍ରି-ସ୍କୁଲ’ ତା’ର ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିଛି । ଏଥିରେ ଭଦ୍ରକ ଜିଲ୍ଲା ଡେପୁଟି ଡେପୁଟି କଲେକ୍ଟର କାର୍ତ୍ତୀକ ନାଥ ମଣ୍ଡଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ଅବସରରେ କୁନି କୁନି ପିଲାମାନଙ୍କଦ୍ୱାରା ଜାତୀୟ ସଂଗୀତ ଗାନରେ ମୁଗ୍ଧ ହୋଇ ଯାଇଥିଲେ । ଅନୁଷ୍ଠାନର ମୁଖ୍ୟ ନିର୍ଦ୍ଦେଶକ ଶେଖ୍ ଅମୀରୁଦ୍ଦିନ, ଅଧ୍ୟକ୍ଷା ସଂଗୁପ୍ତା ୟାସ୍‌ମିନ୍‌, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନଙ୍କ ପ୍ରଚେଷ୍ଟା ଓ ସମସ୍ତ ଅଭିଭାବଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂପାଦିତ ହୋଇଥିଲା । ଇଶା ଏଜୁକେସ୍‌ନାଲ ଓ ଚେରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ମୁଖ୍ୟ ଉପଦେଷ୍ଟା ତଥା ଲଣ୍ଡନ୍ କିଡ୍ସର ମୁଖ୍ୟ ପରାମର୍ଶଦାତା ଶଚିକାନ୍ତ ଦାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ, ଅଧ୍ୟକ୍ଷା କର୍ମକର୍ତ୍ତା ଓ ଅଭିଭାବକମାନଙ୍କ ଉତ୍ସାହ ଦେଖି ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ମଣ୍ଡଳ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଦା ସର୍ବଦା ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କୁନି କୁନି ପିଲାମାନେ ଶୋଭାଯାତ୍ରାରେ ଯାଇ ସହର ପରିକ୍ରମା କରିଥିଲେ, ଯାହା ଦେଖି ଭଦ୍ରକ ସହରର ଜନସାଧାରଣ ଆଶ୍ଚର୍ଯ୍ୟାନ୍ୟୁତ ହେବା ସଂଗେସଂଗେ ଅନୁଷ୍ଠାନର ଭୂରି ଭୂରି ପ୍ରଶଂସା କରିଥିଲେ । ନିର୍ଦ୍ଦେଶକ ଶେଖ୍ ଅମୀରୁଦ୍ଦିନ୍ ଏଥିପାଇଁ ସମସ୍ତ ଶ୍ରେୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଦେବା ସଂଗେସଂଗେ ଅଭିଭାବକମାନଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.