ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଛାତ୍ରଛାତ୍ରୀ, ଅଭିଭାବକ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ରାଲି ବାହାରି ସହର ପରିକ୍ରମା କରି ପ୍ରଚାର ରଥ ସଚେତନ କରାଇ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟରେ ପହଞ୍ôଚଥିଲେ । ଉକ୍ତ ସମ୍ବନ୍ଧୀୟ ଏକ ସଚେତନତା ବୈଠକ ଭଦ୍ରକ ପଞ୍ଚାୟତ ସମିତି ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ଉପସ୍ଥିତ ଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଶ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ପଦ୍ମନ କୁମାର ରାୟ, ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ, ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ବ୍ରହ୍ମକୁମାର ଅକ୍ଷୟ ମହାପାତ୍ର, ବ୍ରହ୍ମକୁମାରୀ ସସ୍ମିତା ଭଉଣୀ, ମୁଖ୍ୟବକ୍ତା ବ୍ରହ୍ମକୁମାରୀ ଇଂ ମଞ୍ଜୁବାଳା ସାମନ୍ତରାୟ, ସିଆରଏସ୍ଆର ର ଭଗବାନ ପରିଡ଼ା ଓ ତାଙ୍କ କର୍ମକର୍ତ୍ତା, ଆଶୀର୍ବାଦ ଏନ୍ଜିଓର ମଞ୍ଜୁଲତା ସ୍ୱାଇଁ ଏବଂ ତାଙ୍କ କର୍ମକର୍ତ୍ତା, ଜିଲ୍ଲା କିନ୍ନର ସଂଘ ତରଫରୁ ସୌମ୍ୟା ଦାସ ଓ କର୍ମକର୍ତ୍ତା, ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏବଂ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ବିଭିନ୍ନ ବ୍ଲକ, ପୌରପାଳିକା ଏବଂ ଜିଲ୍ଲା କାର୍ଯ୍ୟାଳୟର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ ସହାୟକ, କାର୍ଯ୍ୟକାରୀ ସହାୟକ ଉପସ୍ଥିତ ଥିଲେ । ଭଦ୍ରକ ନୁହାସ୍ ନିଶା ନିବାରଣ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ନାୟକ ଯୋଗ ଦେଇଥିଲେ । ସମସ୍ତେ ଅଂଶ ଗ୍ରହଣ କରି ନିଶା ସେବନରୁ ନିବୃତ୍ତ ରହିବା, ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା, ଜୀବନକୁ ସୁରକ୍ଷିତ କରିବା ଏବଂ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଶପଥ ପାଠ କରିଥିଲେ । ନିଶା ନିବାରଣ ଆଇନ୍ ସମ୍ପର୍କରେ ବିଭିନ୍ନ ବକ୍ତାମାନଙ୍କ ଦ୍ୱାରା ସଭାରେ ଆଲୋଚନା କରାଗଲା ଏବଂ ଆଇନ ଅନୁଯାଇ ଯେଉଁମାନେ ନିଶା କାରବାରରେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କ ସମ୍ବନ୍ଧରେ ସମ୍ପୃକ୍ତ କାର୍ଯ୍ୟାଳୟରେ ଜଣାଇବାକୁ ଅନୁରୋଧ କରାଗଲା । ଛୋଟ ପିଲା, ଯୁବପିଢ଼ିମାନେ ଯେପରି ନିଶା ସେବନ ନକରିବେ ସେଥିପାଇଁ ସଚେତନ କରାଗଲା ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଏହି ନିଶା ନିବାରଣ ବିଷୟରେ ନିଜ ଅଞ୍ଚଳରେ ବହୁଳ ପ୍ରଚାର ଏବଂ ପ୍ରସାର ପାଇଁ ଉଦ୍ୟମ କରିବାକୁ ଅନୁରୋଧ କରାଗଲା ।