Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ହେବ ଶିଳ୍ପ ନଗର

ଭଦ୍ରକ ଜିଲା ହେବ ଶିଳ୍ପ ନଗର

32

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଏନ୍‌କ୍ଲେଭ୍‌-୨୦୨୨ ରେ ଶିଳ୍ପବିହୀନ ଭଦ୍ରକ ଜିଲାକୁ ପ୍ରାଧାନ୍ୟ ଦିଆଯାଇଛି। ଚାନ୍ଦବାଲି ତହସିଲ ଅନ୍ତର୍ଗତ କଇଥଖୋଲା ନିକଟରେ ଏକ ଇଣ୍ଟ୍ରସିଆଲ ପାର୍କ (ଶିଳ୍ପ ପାର୍କ) ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାନ୍ଦବାଲି ତହସିଲ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ, ଲକ୍ଷ୍ମୀପ୍ରସାଦ, ବଳଭଦ୍ରପ୍ରସାଦ ଓ କଇଥଖୋଲା ଚାରିଗୋଟି ରାଜସ୍ୱ ମୌଜାର ଜମି ଅଧିଗ୍ରହଣ ପ୍ରକ୍ରିୟା ଅଗ୍ରାଧିକାର ଭିତ୍ତିରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୧୧୨ ଏକର ସରକାରୀ ଓ ସ୍ଥିତିବାନ ଜମି ଚିହ୍ନଟ କରାଯାଇ ଭୂଅର୍ଜନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ, ଭୁବନେଶ୍ୱର ଏହା ମଧ୍ୟରେ ୮୧୬ ଏକର ପରିମିତ ବେସରକାରୀ ଜମି ବାବଦରେ ନୂଆ ଭୂ-ଅର୍ଜନ ଆଇନ୍‌-୨୦୧୩ ଅନୁଯାୟୀ ୪(୧) ଅଧିସୂଚନା ପ୍ରକାଶ ପାଇଛି। ଏହାବ୍ୟତୀତ ଏନ୍‌ସିଡିଏସ୍ ତରଫରୁ ସାମାଜିକ ଅର୍ଥନୀତିକ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତୀୟ ଏକ ଡ୍ରାଫ୍ଟ ଏସ୍‌ଆଇଏ ରିପୋର୍ଟ (୧୭୦ ଏକର) ସଂପୃକ୍ତ ମୌଜା ମାନଙ୍କରେ ଗତ ୨୪.୧୧.୨୦୨୨ ତାରିଖରେ ପ୍ରକାଶ ପାଇଛି। ଏହାଛଡା ଇଡ୍‌କୋ ତରଫରୁ ୧୧୮ ଏକର ବେସରକାରୀ ଜମିର ଭୂଅର୍ଜନ ପ୍ରସ୍ତାବ ପ୍ରଶାସନର ହସ୍ତଗତ ହୋଇଛି।

ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଗତ ତା ୩୦.୧୧.୨୨ ରିଖ ଓ ତା ୦୪.୧୨.୨୨ ରିଖରେ ଅନୁଷ୍ଠିତ ହୋଇଯାଇଥିବା ମେକ୍ ଇନ୍ ଓଡ଼ିଶାରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ଶିଳ୍ପ ପାର୍କ ପାଇଁ ପାଖାପାଖି ୫ ହଜାର ଏକର ଜମି ଅଧିଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇବା ସହ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଭଦ୍ରକରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଯୋଗାଇଦେବାକୁ ଜିଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହାବ୍ୟତୀତ ଶିଳ୍ପପତିମାନଙ୍କୁ ଆକର୍ଷିତ କରିବା ପାଇଁ ବାଲିମୁଣ୍ଡା ଠାରେ ଏଆର ଷ୍ଟ୍ରିପ୍ ପ୍ରତିଷ୍ଠା ପାଇଁ କାମ ଜୋରସର ଚାଲିଛି। ଏଥିସକାଶେ ପ୍ରଥମ ପର୍ଯ୍ୟାୟରେ ୨୭୩ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ସରିଯାଇଛି। ବାଣିଜ୍ୟ ପରିବହନ ବିଭାଗକୁ ଏୟାର ଷ୍ଟ୍ରିପ୍ ପ୍ରତିଷ୍ଠା ନିମନ୍ତେ ହସ୍ତାନ୍ତର କରାଯାଇଛି। ଏହାର ନିର୍ମାଣ ଦାୟିତ୍ୱ ଧାମରା ବନ୍ଦର କଂପାନୀ ଲିମିଟେଡ୍ (ଆଦାନୀ) ବହନ କରିଛି। ସରକାରୀ ଜମିରେ ଚାଷବାସ କରି ଦୀର୍ଘଦିନ ଧରି ଦଖଲ କରିଆସୁଥିବା ଲୋକଙ୍କୁ ଏହାମଧ୍ୟରେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ୨୩୦ ଚାଷୀଙ୍କୁ ୧ କୋଟି ୭୩ ଲକ୍ଷ ୮ ହଜାର ୭୮୦ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ବାସୁଦେବପୁର ତହସିଲ ଅନ୍ତର୍ଗତ ନନ୍ଦପାଟଣା, ବଡହାବେଳିସାହି, ବାଲିମୁଣ୍ଡା ମୌଜାର ଚାଷୀମାନଙ୍କୁ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଦାନୀ କଂପାନୀ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଏୟାରଷ୍ଟ୍ରିପ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସେହିପରି ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ପାହିମହୁରା ଠାରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଇଡ୍‌କୋ ଅଧୀନସ୍ଥ ୨୧୭ ଏକର ଜମିରୁ ୭୦ ଏକର ଜମିରେ ଫୁଡ୍ ପାର୍କ ପ୍ରତିଷ୍ଠା ପାଇଁ ଆଇଓସିଏଲ୍‌କୁ ଦିଆଯାଇଛି। ଆଇଓସିଏଲ୍ ପକ୍ଷରୁ ଫୁଡ୍ ପାର୍କ ପ୍ରତିଷ୍ଠା ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.