Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଧନ୍ୟବାଦ ସମାରୋହ

ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଧନ୍ୟବାଦ ସମାରୋହ

39

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘବର୍ଷର ବ୍ୟବଧାନ ପରେ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ଦାବିକୁ ରାଜ୍ୟ ସରକାର ସହୃଦୟତାର ସହ ବିଚାର କରି ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନକୁ ଆଖି ଆଗରେ ରଖି ରେସିଡେନ୍ସି ପରିୟଡ୍‌କୁ ୨ ବର୍ଷରୁ ୧ ବର୍ଷ ଓ ୧ ବର୍ଷରୁ ୬ ମାସ ଘୋଷଣା କରିଥିବାରୁ ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଯାଜପୁର ଜିଲା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥିସହ ଶିକ୍ଷକମାନଙ୍କ ଦାବି ପୂରଣ କରିବା ପାଇଁ ସରକାରଙ୍କ ସହିତ ବାରମ୍ବାର ଆଲୋଚନା କରି ଏହି ସଫଳତା ଦେଇଥିବାରୁ ରାଜ୍ୟ ମହାସଚିବ ଅମୀୟ କୁମାର ଦାସ, ସଭାପତି ହୃଦାନନ୍ଦ ଦ୍ୱିବେଦୀ, ଉପସଭାନେତ୍ରୀ ସଂଗୀତା ଦାଶ, ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ରଙ୍କୁ ମଧ୍ୟ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଏହି ଧନ୍ୟବାଦ ସଭା ଜିଲା ସଭାପତି ଭାସ୍କର ଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଜିଲା ସଂପାଦକ ମନୋରଂଜନ ନାୟକ, ଉପଦେଷ୍ଟା ବାବୁଲା ରାଉତ, ଜିଲା କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ଶିକ୍ଷୟିତ୍ରୀ ମିନତୀ ଦାଶ, ମିନତୀ ନାୟକ, ସସ୍ମିତା ମହାନ୍ତି, ଗୀତାଞ୍ଜଳି ପଣ୍ଡା, ସଂଘମିତ୍ରା ବଳ, ମାନସୀ ହୋତା ଓ ଶିକ୍ଷକ ସୁରେନ୍ଦ୍ର ମଲ୍ଲିକ ଓ ଅବଦୁଲ ରବ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.