Home ଜିଲ୍ଲା ପରିକ୍ରମା ଭଦ୍ରକ : ଜିଲା ପ୍ରଶାସନ ପକ୍ଷରୁ କିନ୍ନରମାନଙ୍କ ସମସ୍ୟା ନେଇ ବୈଠକ

ଭଦ୍ରକ : ଜିଲା ପ୍ରଶାସନ ପକ୍ଷରୁ କିନ୍ନରମାନଙ୍କ ସମସ୍ୟା ନେଇ ବୈଠକ

13

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ସମ୍ମିଳନୀ କକ୍ଷରେ କିନ୍ନରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ତୃତୀୟ ଲିଙ୍ଗୀ ପରିଷଦର ପୂର୍ବ ଭାରତୀୟ ସଦସ୍ୟା ମୀରା ପରିଡା, ସଂପାଦିକା ମେଘ୍ନା ସାହୁଙ୍କ ସମେତ କିନ୍ନର ସଂଘର ସଂପାଦକ, ଜିଲାର ପ୍ରକଳ୍ପ ନିବନ୍ଧକ ସଂଜୟ କୁମାର ବାରିକ, ଡିଏସ୍‌ଓ ପଦ୍ମରଂଜନ ଦାସ, ଏସ୍‌ଏସ୍‌ଏସ୍‌ଓ ସୁବାଷ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷକରି ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍ୱୀକୃତି ସ୍କିମ୍ ଆରମ୍ଭ ହୋଇଥିବାରୁ ତାହା ମାଧ୍ୟମରେ କିଭଳି ସେମାନଙ୍କୁ ସର୍ଭେ କରାଯାଇ ସ୍କିଲ ଡେଭଲପମେଣ୍ଟରେ ତାଲିମ ଦିଆଯିବ, ସମାଜରେ ସେମାନେ ଭେଦଭାବର ସମ୍ମୁଖୀନ ହେଉଥିବାରୁ ତାକୁ କିଭଳି ରୋକାଯାଇପାରିବ, ସେମାନେ କିଭଳି ପେନସନ ପାଇ ଉନ୍ନତ ଭାବେ ଚଳିପାରିବେ ସେଥିନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ଆଜିପର୍ଯ୍ୟନ୍ତ ୫୦ ରୁ ଉର୍ଦ୍ଧ୍ୱ କିନ୍ନରମାନେ ବିଭିନ୍ନ ବିଜ୍ଞାପିତ ଅଂଚଳ ଓ ପୌରପାଳିକାରେ ଚାକିରୀ କରିଥିବାବେଳେ ସାଧାରଣ ଲୋକମାନେ ଯେଉଁଭଳି ସରକାରଙ୍କ ସମସ୍ତ ଯୋଜନା ପାଉଛନ୍ତି, ସେହିଭଳି ସେମାନେ କିଭଳି ତାହା ପାଇପାରିବେ, ସେଥିନେଇ ସରକାରଙ୍କ ସହ ଆଲୋଚନା କରାଯିବା ସହ ଜିଲା ପ୍ରଶାସନକୁ ସେ ସଂପର୍କୀୟ ଏକ ଦାବିପତ୍ର ଦିଆଯିବ ବୋଲି ମୀରା କିନ୍ନର କହିଛନ୍ତି । ଅନୁରୂପ ଜିଲା ପ୍ରଶାସନ ପକ୍ଷରୁ ଏହି ତୃତୀୟ ଲିଙ୍ଗୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ତାଙ୍କୁ କିଭଳି ବିଭିନ୍ନ ସ୍କିମ୍ ମାଧ୍ୟମରେ ବିକାଶଶୀଳ କରାଯାଇପାରିବ, ସେଥିନେଇ ଯେଉଁ ଆର୍ଥିକ ସହାୟତା ଆବଶ୍ୟକ, ତାହା ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ଜିଲା ପ୍ରୋଜେକ୍ଟ ମ୍ୟାନେଜର ତଥା ଡିପିଏମ୍ ସଂଜୟ କୁମାର ବାରିକ ସୂଚନା ଦେଇଥିଲେ । ଏହି ବୈଠକରେ ଅର୍ଦ୍ଧନାରୀଶ୍ୱର କିନ୍ନର ସଂଘର ସଭାପତି ସୌମ୍ୟା ଦାସ, ସଂପାଦିକା ସୁନୀତା ମାହାନ୍ତ, ନବଜୀବନ କିନ୍ନର ସଂଘର ସଭାପତି ଶ୍ରାବଣୀ ମଲ୍ଲିକ, ସଂପାଦିକା ମାଧବୀ ପତି, ସଦସ୍ୟ ସୀମା ଟାଙ୍ଗୁରୁଙ୍କ ସମେତ ବହୁ କିନ୍ନର ଯୋଗଦେଇ ନିଜ ନିଜର ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.