ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ (ଭି-।। ଅଫ୍ ୧୯୪୯) ମହମଦିଆନ ମ୍ୟାରେଜ୍ ଏଣ୍ଡ ଡାଇଭର୍ସ ଆକ୍ଟ ଅନୁଯାୟୀ ମୁସଲିମ୍ ସଂପ୍ରଦାୟର ବିବାହ ଓ ବିଚ୍ଛେଦ ପଂଜିକରଣ ରେଜିଷ୍ଟ୍ରାର ଭାବେ ମୁଫ୍ତି ଗୋଲାମ୍ ମୁସ୍ତଫା ଅଲିମି୍ ଓ ହାପିଜ ମହମ୍ମଦ ରମଜାନ ଅଲ୍ଲୀଙ୍କୁ ସରକାରଙ୍କ ଚିଠି ନଂ ୭୦୫୨, ଏମ୍ଏଣ୍ଡବିସିଡବ୍ଲ୍ୟୁ, ତା ୧୧.୦୪.୨୩ ରିଖ ମୂଳେ କାଜି ଭାବେ ନିଯୁକ୍ତି କରାଯାଇଛି । ମୁଫ୍ତି ଗୋଲାମ୍ ମୁସ୍ତଫା ଅଲିମ୍ ଗୁଜିଦରଡା, ବେନ୍ତାଳ, ବିଶଲପୁର, ବହୁଦରଡା ଓ ଚରମ୍ପା ପାଇଁ ଏବଂ ହାପିଜ ମହମ୍ମଦ ରମଜାନ ଅଲ୍ଲୀ ପୁରୁଣାବଜାର, ଭଦ୍ରକ ଦାୟିତ୍ୱରେ ଅଛନ୍ତି । ଓଡ଼ିଶା ସରକାରଙ୍କ ବହୁ ମୁସିଲମ୍ ବିବାହ ଓ ବିଚ୍ଛେଦ ଅଧିକାର ସଂଗଠନର ସେକ୍ରେଟାରୀ ମୌଲାନା ଏବାଦୁଲ୍ଲା, ସଭାପତି ମୌଲାନା ଆସିକୁର କାଦ୍ରୀ, ଗୁଜିଦରଡା ଓ ପୁରୁଣାବଜାର ଭଦ୍ରକର ବହୁ ମୁସ୍ଲିମ୍ ଏବଂ ମୁସ୍ଲିମ୍ ଜମାତ ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି ।