Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ବଜ୍ରପାତରେ ୩ ଗୁରୁତର ମେଡିକାଲରେ ଭର୍ତ୍ତି

ଭଦ୍ରକ ଜିଲାରେ ବଜ୍ରପାତରେ ୩ ଗୁରୁତର ମେଡିକାଲରେ ଭର୍ତ୍ତି

34

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଠାରୁ ଭଦ୍ରକ ଜିଲାର ତୁହାକୁ ତୁହା ବର୍ଷା ଓ ବଜ୍ରପାତ ଲାଗି ରହିଛି । ତେବେ ଏହି ବଜ୍ରପାତରେ ଆଜି ୩ ଜଣ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାପଡିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାନ୍ଦିଆ ଗ୍ରାମର ରାଉଳସାହିରେ ସସ୍ମିତା ରାଉଳ ନାମକ ଜଣେ ଛାତ୍ରୀ ଘରେ ପାଠ ପଢୁଥିବାବେଳେ ବଜ୍ରପାତ ଘଟି ସେ ଗୁରୁତର ହୋଇପଡିଥିଲେ । ସେହିଭଳି ବାସୁଦେବପୁର ଥାନା ଅଧୀନସ୍ଥ କିସ୍ମତ କୃଷ୍ଠପୁର ଗ୍ରାମନିବାସୀ ଲିଟୁ ମଳିକ ବିଲକୁ ଯାଇଥିବାବେଳେ ବଜ୍ରପାତ ଘଟି ଗୁରୁତର ହୋଇଛନ୍ତି । ଅନୁରୂପ ସାବରଙ୍ଗ ଥାନା ଅଧୀନସ୍ଥ ତୋରଣପଦା ଗ୍ରାମର ମଂଜୁଲତା ନାୟକ ନାମକ ଜଣେ ମହିଳା ମଧ୍ୟ ବଜ୍ରପାତରେ ଆହତ ହୋଇଛନ୍ତି । ଏ ସମସ୍ତ ତିନି ଜଣ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.