Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଏକ ସାଇବର କ୍ରାଇମ୍ ପୁଲିସ୍ ଷ୍ଟେସନର ପ୍ରତିଷ୍ଠା ଦାବି କଲା ଭଦ୍ରକ ଜିଲା...

ଭଦ୍ରକ ଜିଲାରେ ଏକ ସାଇବର କ୍ରାଇମ୍ ପୁଲିସ୍ ଷ୍ଟେସନର ପ୍ରତିଷ୍ଠା ଦାବି କଲା ଭଦ୍ରକ ଜିଲା କଂଗ୍ରେସ କମିଟି

31

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାରେ ଏକ ସାଇବର କ୍ରାଇମ୍ ପୁଲିସ୍ ଷ୍ଟେସନର ସ୍ଥାପନା ନିମନ୍ତେ ଜିଲା କଂଗ୍ରେସର କମିଟିର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର ଦାବି କରିଛନ୍ତି । ଜିଲାର ଆରକ୍ଷୀ ଅଧୀକ୍ଷକ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ ପୂର୍ବକ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ସୂଚନା ଅନୁସାରେ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲାରେ ସାଇବର କ୍ରାଇମ ପୁଲିସ୍ ଷ୍ଟେସନ ଅତ୍ୟନ୍ତ ଆବଶ୍ୟକୀୟ ବୋଲି ସେ କହିଛନ୍ତି । ଗତ ୧୦ ବର୍ଷର କ୍ରାଇମ୍‌ର ତଥ୍ୟକୁ ନେଇ ଶ୍ରୀ ମହାପାତ୍ର ଦେଇଥିବା ସୂଚନା ମୂଳେ ଜିଲାରେ ପ୍ରାୟ ୨୦ ପ୍ରତିଶତ କ୍ରାଇମ୍ ସାଇବର ସମ୍ବଳିତ ଅଟେ । ଅନଲାଇନ୍ ଜାଲିଆତି ହେଉ କି ମିଛ ଫେସବୁକ୍ ଆକାଉଣ୍ଟ, ଇମେଲ ଆକାଉଣ୍ଟ, ଏଟିଏମ୍ ଜାଲିଆତି ହେଉ କି ମହିଳାମାନଙ୍କ ଚରିତ୍ରକୁ ନେଇ ବ୍ଲାକମେଲିଂ ଓ ହିନ୍ଦୁ-ମୁସଲିମ୍ ଭାଇଚାରାକୁ ନଷ୍ଟ କରିବା ନେଇ ଉତ୍ତେଜନା ମୂଳକ ମନ୍ତବ୍ୟ ହେଉ ବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କର ଚରିତ୍ରକୁ ନେଇ ବିଭ୍ରାନ୍ତମୂଳକ ତଥ୍ୟ ପରିବେଷଣ କରିବା ଭଳି ଯେଉଁସବୁ ସାଇବର କ୍ରାଇମ୍ ଘଟିଚାଲିଛି, ତାହାକୁ ରୋକାଯିବା କ୍ଷେତ୍ରରେ ସାଇବର କ୍ରାଇମ୍ ପୁଲିସ୍ ଷ୍ଟେସନର ପ୍ରତିଷ୍ଠା ଏହି ଜିଲାରେ ଜରୁରୀ ହୋଇପଡିଛି ।

ରାଜ୍ୟ ସରକାର ୩୦ ଟି ଜିଲାରୁ ମାତ୍ର ୧୫ଟିରେ ଏହି ଥାନା ପ୍ରତିଷ୍ଠା କରିଥିବାବେଳେ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ଉପକୂଳ ଜିଲା ଭାବେ ପରିଚିତ ଭଦ୍ରକରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ସ୍ଥାପନା ନକରିବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି । ବିଶ୍ୱସ୍ତରୀୟ ଧାମରା ପୋର୍ଟ ହେଉ କି ଭାରତବର୍ଷର ଅନ୍ୟତମ ବ୍ୟସ୍ତବହୁଳ ୧୬ନଂ ଜାତୀୟ ରାଜପଥ, ବେଦାନ୍ତ ଫେକରର କ୍ରୋମାଇଟ୍ କାରଖାନା ବା ପୂର୍ବତଟ ରେଲପଥ, ସବୁ ଦୃଷ୍ଟିକୋଣରୁ ଏହି ଜିଲାରେ ସାଇବର କ୍ରାଇମ୍ ପୁଲିସ୍ ଷ୍ଟେସନର ପ୍ରତିଷ୍ଠା ନିହାତି ଗୁରୁତ୍ୱପୂର୍ଣ୍ଣ । ଏଣୁ ଆଗାମୀ ଦିନରେ ଏହା ପ୍ରତିଷ୍ଠା କରିବାକୁ ଶ୍ରୀ ମହାପାତ୍ର ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଓ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ଜରିଆରେ ଅବଗତ କରାଇଛନ୍ତି । ଏହି ସାଇବର କ୍ରାଇମ୍ ପ୍ରତିଷ୍ଠା ହେଲେ ଅତ୍ୟାଧୁନିକ ଡିଜିଟାଲ ଫରେନସିକ୍ ଉପକରଣ ମାଧ୍ୟମରେ ଅଭିଯୋଗକାରୀର ଅଭିଯୋଗ ମୂଳେ ଅଭିଯୁକ୍ତକାରୀର ସମସ୍ତ ଗତିବିଧି ଜଣାପଡିବ ବୋଲି ଶ୍ରୀ ମହାପାତ୍ର ସୂଚନାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନଗର ଯୁବକଂଗ୍ରେସ ସଭାପତି ସୁଶାନ୍ତ ଦାସ, ଜିଲା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ଯୁବକଂଗ୍ରେସ କର୍ମୀ ଆଶିଷ ନାୟକ ଓ ରିୟାଜ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.