Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ଜିଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ

95

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଳାରେ ଆଉ ୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଳାର ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୯୫ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୨୫ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଆକ୍ରାନ୍ତମାନେ ଭଦ୍ରକ ଓ ବନ୍ତ ବ୍ଲକ ଅନ୍ତର୍ଗତ ଏବଂ ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଆକ୍ରାନ୍ତ ଭାବେ ସ୍ୱାବ ଟେଷ୍ଟରୁ ଜଣା ପଡ଼ିବା ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଉକ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଓ ସଂପୃକ୍ତ ପଞ୍ଚାୟତକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି । ଘୋଷିତ ଅଞ୍ଚଳ ଗୁଡିକ ହେଲା ଭଦ୍ରକ ବ୍ଲକର ଦୈସିଂ ପଞ୍ଚାୟତ ବଫରଜୋନ ଓ ଦୈସିଂ ଗ୍ରାମ କଣ୍ଟେନମେଣ୍ଟ ଜୋନ । ସେହିପରି ବନ୍ତ ବ୍ଳକର ଗଣ୍ଡଗରା ଗ୍ରାମ ଓ ବାଲୁଓ ରାମକୃଷ୍ଣପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଗୋବିନ୍ଦପୁର ପଞ୍ଚାୟତ ଓ ରାମକୃଷ୍ଣପୁର ପଞ୍ଚାୟତ ଦୁଇଟିକୁ ବଫରଜୋନ ଭାବେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.