Home ଜିଲ୍ଲା ପରିକ୍ରମା ଭଦ୍ରକ ଚିନ୍ତନ ଚକ୍ରରେ ପ୍ରବନ୍ଧ ପାଠ ଆଲୋଚନା

ଭଦ୍ରକ ଚିନ୍ତନ ଚକ୍ରରେ ପ୍ରବନ୍ଧ ପାଠ ଆଲୋଚନା

21

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକ ମାସ ପରି ଚଳିତ ମାସ ଶେଷ ଶନିବାର ଭଦ୍ରକ ଚିନ୍ତନ ଚକ୍ରର ୧୩୯ତମ ଆଲୋଚନା ସଭା ଭଦ୍ରକ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରମଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଅଧିବେଶନ ପ୍ରାରମ୍ଭରେ ଆବାହକ କ୍ଷୀରୋଦ ମିଶ୍ର ଗତ ମାସ ବୈଠକର ବିବରଣୀ ପାଠ କରିଥିଲେ । ଏହାପରେ “ସଂକଟରେ ପାରିବାରିକ ସମ୍ପର୍କ” ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ ମଦନ ମୋହନ ମହାକୁଡ । ସମାଜରେ ମାନବତାବାଦୀ ମୂଲ୍ୟବୋଧ, ନୈତିକତାର ଅଭାବ, କରୁଣାର ସ୍ରୋତ କ୍ଷୀଣ ହୋଇଯିବା ସାଙ୍ଗକୁ ବ୍ୟକ୍ତିର ଚୂଡାନ୍ତ ସ୍ୱାର୍ଥପରତା ଓ ଆତ୍ମ ସର୍ବସ୍ୱତା ଯୋଗୁଁ କିପରି ପାରିବାରିକ ସମ୍ପର୍କରେ ସଂକଟ ସୃଷ୍ଟି ହେଉଛି ନିଜ ପ୍ରବନ୍ଧରେ ଶ୍ରୀ ମହାକୁଡ଼ ବ୍ୟାଖ୍ୟା କରିଥିଲେ । ପ୍ରବନ୍ଧ ପାଠ ପରେ ଉପସ୍ଥିତ ବୁଦ୍ଧିଜୀବୀଙ୍କ ମଧ୍ୟରୁ ଲଲାଟେନ୍ଦୁ ମହାନ୍ତି, ପ୍ର. ଅଟଳ ବିହାରୀ ନାୟକ, ଅଧିବକ୍ତା ନିତ୍ୟାନନ୍ଦ ଦାସ, ରାଜକିଶୋର ସାହୁ, ଗଙ୍ଗାଧର ମଲ୍ଲିକ, ହରିଶ ଚନ୍ଦ୍ର ଦାସ, ମଧୁସୂଦନ ମହାପାତ୍ର, ବିଜୟ ସେନାପତି, ଗୟାଧର ପଣ୍ଡା, ଘନଶ୍ୟାମ ଲେଙ୍କା, ଅନାଦି ଦାସ, ରତିକାନ୍ତ ଦାସ, ରମାକାନ୍ତ ନାଥ, ଗୋଲକ ମଲ୍ଲିକ, ଗୀତାରାଣୀ ଆଇଚ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ନୈତିକ ଶିକ୍ଷାର ପ୍ରଚଳନ ଓ ଉପଯୁକ୍ତ ସଂସ୍କାର ଆପଣେଇଲେ ପାରିବାରିକ ସମ୍ପର୍କ ନିବିଡ ହେବା ସହ ସ୍ୱର୍ଗୀୟ ହୋଇ ପାରିବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା । ସଭା ପରିଚାଳନାରେ ସମ୍ବିତ ମିଶ୍ର ସହଯୋଗିତା କରିଥିବାବେଳେ, ସଭା ଶେଷରେ ରଞ୍ଜୀବ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.