Home ଜିଲ୍ଲା ପରିକ୍ରମା ଭଦ୍ରକ ଚାଷୀମୂଲିଆ ସଂଘର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ଚାଷୀମୂଲିଆ ସଂଘର ସାମ୍ବାଦିକ ସମ୍ମିଳନୀ

42

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀମୂଲିଆ ସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ଭୂମିହୀନ ଓ ଘରଡିହ ବିହୀନ ପରିବାର ମାନଙ୍କର ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଚାଷୀମୂଲିଆ ସଂଘ ଭଦ୍ରକ ଜିଲ୍ଲା ସମ୍ପାଦକ ସୁଶାନ୍ତ ଯେନା, ଭୂମିହୀନ ଓ ଘରଡିହ ବିହୀନ ପରିବାରମାନଙ୍କର ସମସ୍ୟା ଓ ଦୁର୍ଦ୍ଦଶା ୨୦୧୪ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନ କିପରି ଭୂମିହୀନ ଓ ଘରଡିହ ପରିବାରମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ତା’ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ୍ ସମେତ ଭଣ୍ଡାରିପୋଖରୀ, ତିହିଡ଼ି, ଚାନ୍ଦବାଲି, ବନ୍ତ ବ୍ଳକ ଓ ଅନ୍ୟାନ୍ୟ ବ୍ଲକ୍‌, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥିବା ଭୂମିହୀନ ଓ ଘରଡିହବିହୀନ ପରିବାରମାନଙ୍କୁ ୧୯୪୭ ମସିହାରୁ ଆଜି ପର୍ଯ୍ୟନ୍ତ ଘର ଡିହ ପଟ୍ଟା ଖଣ୍ଡେ ମିଳିପାରିନାହିଁ। ଚାଷୀମୂଲିଆ ସଂଘ ନେତୃତ୍ୱରେ ପାଖାପାଖୁ ୯ ବର୍ଷ ହେବ ଏହି ଘର ପଟ୍ଟା ବାବଦାକୁ ଦାବି କରି ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ପ୍ରଶାସନ ପ୍ରତିଶୃତି ଦେଇଛନ୍ତି। ବାରମ୍ବାର ଭଦ୍ରକ ଜିଲ୍ଲାର ବିଭିନ୍ନ ତହସିଲ ସମ୍ମୁଖରେ ଧାରଣା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଘେରାଓ, ଧାରଣା ଓ ପ୍ରତିବାଦ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ପରି ଜିଲ୍ଲାପାଳ, ସହସିଲଦାର ପ୍ରତିଶୃତି ଦେଇ ବଦଳି ଯାଉଛନ୍ତି କିନ୍ତୁ ଦୁଃଖର ବିଷୟ ବଦଳି ପାରୁନାହିଁ ଏହି ଭୂମିହୀନ ଘରଡିହବିହୀନ ପରିବାରଙ୍କ ଭାଗ୍ୟ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଗତୀଶୀଳ ମହିଳାମଞ୍ଚ ଜିଲ୍ଲା ସମ୍ପାଦିକା ଟୁନୀଲତା ଯେନା, ଚାଷୀମୂଲିଆ ସଂଘ ଭଦ୍ରକ ବ୍ଲକ୍ ସଭାପତି ପୂର୍ଣ୍ଣ ସିଂ, ଭଣ୍ଡାରିପୋଖରୀ ଚାଷୀମୂଲିଆ ସଂଘ ବ୍ଲକ ସମ୍ପାଦକ ରନ୍ଧାକର ବେହେରା ସମେତ, ପ୍ରମିଳା ଯେନା, ଅନୂସୟା ଘଢ଼େଇ, ଉଦୟ ହେମ୍ବ୍ରମ୍‌, ଅପୁନ୍ ଅଖତାର, ସୁରେନ୍ଦ୍ର ମୁଣ୍ଡା, କମକାକାନ୍ତ ଯେନା, ବିକ୍ରମ ହେମୁମ୍‌, ଗୌତମୀ ଦାସ, ବଳରାମ ଦାସ ଓ ଅନ୍ୟ ବହୁତ ଭୂମିହୀନ ପରିବାର ପରିବାରମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.