ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ ଘଟି ୩ ଜଣ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଟ୍ରେନ୍ରେ ଚଢିବାକୁ ନେଇ ଭଦ୍ରକ ଚରମ୍ପା ଅଂଚଳର ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହେବା ସହ ମାଡପିଟ ମଧ୍ୟ ହୋଇଥିଲା । ଖବର ପାଇ ଭଦ୍ରକ ଟାଉନ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ନହେବାରୁ ପୁଲିସ୍ କିଛି କିନ୍ନରଙ୍କୁ ଥାନାକୁ ନେଇଆସିଥିଲା । ଫଳରେ ଭଦ୍ରକ ଟାଉନ୍ ଥାନା ସମ୍ମୁଖରେ ମଧ୍ୟ କିନ୍ନର ମାନଙ୍କର ଖଣ୍ଡଯୁଦ୍ଧ ହୋଇ ସେଠାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୁଲିସ୍ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ୧ ପ୍ଲାଟୁନ୍ ଫୋସ୍ର୍ ମୁତୟନ କରାଯାଇଥିଲା । ୩ ଜଣ କିନ୍ନର ଅପରପକ୍ଷ କିନ୍ନରଙ୍କ ଦ୍ୱାରା ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଉଭୟ କିନ୍ନର ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି ।