Home ଜିଲ୍ଲା ପରିକ୍ରମା ଭଦ୍ରକ : କଥାକାର ପବିତ୍ରୀ ପାଣିଗ୍ରାହୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଭଦ୍ରକ : କଥାକାର ପବିତ୍ରୀ ପାଣିଗ୍ରାହୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

91

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଥାକାର ପବିତ୍ର ପାଣିଗ୍ରାହୀ କେବଳ ଭଦ୍ରକ ନୁହେଁ ସମଗ୍ର ଓଡ଼ିଆ ସାହିତ୍ୟ ଆକାଶର ଏକ ସୃଜନଶୀଳ ବ୍ୟକ୍ତିତ୍ୱ । ଦୁଇଟି ଉପନ୍ୟାସ, ଦୁଇଟି ପ୍ରବନ୍ଧ ପୁସ୍ତକ, ଗୋଟିଏ କବିତା ସଂକଳନ, ଗୋଟିଏ ଜୀବନୀ ପୁସ୍ତକ, ୬ଟି ସଂପାଦିତ ଗଳ୍ପ ସଂକଳନ, ୫ଟି ସଂପାଦିକା କବିତା ସଂକଳନ, ୩ଟି ଅନୁବାଦିତ ସଂକଳନ ସହିତ ୧୩ ଟି ଗଳ୍ପ ସଂକଳନର ଜଣେ ସଫଳ ସ୍ରଷ୍ଟା । ତେବେ ‘ଗଳ୍ପର ମୁହଁ’ ଗଳ୍ପ ସଂକଳନ ପାଇଁ ୨୦୧୫ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଶ୍ରୀ ପାଣିଗ୍ରାହୀ । ରାଜଧାନୀ ପୁସ୍ତକ ମେଳା ଗଳ୍ପ ପୁରସ୍କାର, ଚନ୍ଦ୍ରଭାଗା ପୁରସ୍କାର, ଗୋକର୍ଣ୍ଣିକା ପୁରସ୍କାର, ଟାଇମ୍ ପାସ ବେଷ୍ଟ ସେଲର ଆୱାର୍ଡ, ପ୍ରଜାତନ୍ତ୍ର ବିଷୁବ ଗଳ୍ପ ପୁରସ୍କାର ସମେତ ବହୁ ସାରସ୍ୱତ ସ୍ୱୀକୃତିର ଅଧିକାରୀ ଶ୍ରୀ ପାଣିଗ୍ରାହୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ନେଇ ନିଜର ଖୁସିବ୍ୟକ୍ତ କରିଛନ୍ତି । ଭଦ୍ରକ ବ୍ଲକ୍ ଏରଡା ଗ୍ରାମରେ ୧୯୬୩ ମସିହା ଜୁନ୍ ୫ ତାରିଖ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପାଣିଗ୍ରାହୀ ବର୍ତ୍ତମାନ ବିଏନ୍‌ଏମ୍‌ଏ ପାଳିଆବିନ୍ଧା ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଅଧ୍ୟାପନା କରୁଛନ୍ତି । ‘ସାଳନ୍ଦୀ ବହିମେଳା’ ସମେତ ବହୁ ସାହିତ୍ୟ ସଂଗଠନ ସହ ସେ ଓତପ୍ରୋତ ଭାବେ ଜଡିତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.