Home ଜିଲ୍ଲା ପରିକ୍ରମା ଭଦ୍ରକ ଓଡିଶା ସ୍କୁଲ କଲେଜ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ ଓଡିଶା ସ୍କୁଲ କଲେଜ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

31

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓଷ୍ଟା ଅଫିସ ଠାରେ ଓଡିଶା ସ୍କୁଲ କଲେଜ ମିଳିତ ମଞ୍ଚର ବୈଠକ ଓଷ୍ଟା ଜିଲ୍ଲା ସଭାପତି ରମାକାନ୍ତ ପରିଡାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ମହାମାରୀ କରୋନାରେ ଜୀବନ ହରାଇ ଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ମିନିଟ୍ ନିରବତା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲା ସଂପାଦକ ପ୍ରଦିପ୍ତ ଦାସ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଗାମୀ ଅଗଷ୍ଟ ୯ତାରିଖ କ୍ରାନ୍ତିଦିବସ ଠାରୁ ଭଦ୍ରକ ଜିଲ୍ଲାରେ ଶିକ୍ଷକ ଓ ଅଧ୍ୟାପକ ମାନେ ମିଳିତ ଭାବରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଅଗଷ୍ଟ ୯ହେଉଛି ଇତିହାସ ର ଏକ ମାଇଲ ଖୁଣ୍ଟ । ସେ ଦିନ ହେଉଛି କ୍ରାନ୍ତୀ ଦିବସ ଏହି ଦିବସ ଠାରୁ ସରକାର ଙ୍କର ତୃଟିପୂର୍ଣ୍ଣ ଶିକ୍ଷାନୀତି ବିରୁଦ୍ଧରେ ମିଳିତ ଭାବରେ ଆନ୍ଦୋଳନ କରିବାପାଇଁ ଆହ୍ୱାନ ଦିଆଗଲା । ଏଥିସହିତ ପ୍ରମୁଖ ଦାବୀ ଯଥା- ୧୭୭ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ଅବିକଳ ସପ୍ତମ ବେତନ ପ୍ରଦାନ କରିବା, ଚାକିରୀ ସର୍ତ୍ତାବଳୀ ପ୍ରଦାନ କରିବା, ପେନସନ ପ୍ରଦାନ କରିବା, ଅବସର ବୟସ ୬୨ବର୍ଷକୁ ବୃଦ୍ଧି କରିବା । ଏହି ଦାବିନେଇ ଆସନ୍ତା ଅଗଷ୍ଟ ୯ତାରିଖ କ୍ରାନ୍ତିଦିବସ ଅବସରରେ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ସ୍କୁଲ କଲେଜ ମିଳିତ ମଞ୍ଚ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ସରକାର କୌଣସି ପଦକ୍ଷେପ ନ ନେଲେ ଆଗାମି ଅଗଷ୍ଟ ୧୬ତାରିଖ ଦାବି ଦିବସରେ ମିଳିତ ମଞ୍ଚ ତରଫରୁ ଭୂବନେଶ୍ୱରରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଓଷ୍ଟା ରାଜ୍ୟ ସଂପାଦିକା ସୁରଜିତା ନାୟକ, ଅକ୍ଷୟ ହୋତା, ପ୍ରଦୀପ୍ତ ଦାସ, ମନୋରଂଜନ ପଣ୍ଡା, ୬୬୨ କଲେଜ ସଂଘର ଆଦିତ୍ୟ ଜେନା, ଲକ୍ଷ୍ମୀଧର ନାୟକ, ମଦ୍ରାସା ସଂଘର ଶେଖ ରାଜା, ଅଫତାବ ଆଲାମ, ଅଲଓଷ୍ଟା- ଅଶୋକ ରାଉତ, ଉପେନ୍ଦ୍ର ବିଶ୍ୱାଳ, ବଂଶୀଧର ପାଣିଗ୍ରାହୀ, ବିରଞ୍ôଚ ସାମଲ, ସାହା ମୂର୍ତ୍ତି ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.