ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘ ପରିସର ସଭାଗୃହ ଠାରେ ଇ-ଲାଇବ୍ରେରୀକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ, ମୁରଲିଧରନ ଭର୍ଚୁଆଲ ମୋଡରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ହାଇକୋର୍ଟର ଅନ୍ୟତମ ଜଷ୍ଟିସ ତଥା ଓଡ଼ିଶା ହାଇକୋର୍ଟ ଲାଇବ୍ରେରୀ କମିଟିର ଚେଆରମେନ ନ୍ୟାୟମୂର୍ତ୍ତୀ ଅରିନ୍ଦମ ସିହ୍ନା, ଅଲ ଓଡିଶା ବାର ଆସୋସିଏସନ ସଭାପତି ନିର୍ମଳ ରଥ, ହାଇକୋର୍ଟ ରେଜିଷ୍ଟାର ଜେନେରାଲ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ସେହିପରି ଭଦ୍ରକ ଓକିଲ ସଂଘ ସଭାଗୃହ ପରିସରରେ ଅନୁଷ୍ଠିତ ଏହି ଆଭାସୀ ବୈଠକରେ ଇ-ଲାଇବ୍ରେରୀ କକ୍ଷକୁ ଅତିରିକ୍ତ ଜିଲ୍ଲା ଜଜ୍ ଆଶିଷ ତ୍ରିପାଠୀ ଉଦଘାଟନ କରିଥିଲେ। ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରଟ୍ ମୁକ୍ତିରଂଜନ ଶତପଥୀ, ରେଜିଷ୍ଟର ଅବକାଶ ଚୌଧୁରୀ, କୋର୍ଟ ମ୍ୟାନେଜର ମାନସ ରଥ ପ୍ରମୁଖ ଯୋଗ ଦେଇଥିବାବେଳେ, ବରିଷ୍ଠ ଆଇନଜୀବୀ ନିରାକର ଜେନା, ବାର ସଭାପତି ଦିଲ୍ଲୀପ ମହାପାତ୍ର, ସାଧାରଣ ସଂପାଦକ ଜିତେନ୍ଦ୍ର ପଣ୍ଡା, ବିନୟ ସ୍ୱାଇଁ, ନିକୁଞ୍ଜ ପୁହାଣ, ଅଶୋକ ନାୟକ, ମାନସ ଦାସ ଗୋସ୍ୱାମୀ, କିଶୋର ବଳ, ସଂଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।