Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘ ପରିସରରେ ଆଲୋଚନା ଚକ୍ର

ଭଦ୍ରକ ଓକିଲ ସଂଘ ପରିସରରେ ଆଲୋଚନା ଚକ୍ର

35

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘ ସଭାପତି ନିରାକାର ଜେନାଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ଓକିଲ ସଂଘର ସାଧାରଣ ସଂପାଦକ ଦିବ୍ୟସିଂହ ନାୟକ, ଅଧିବକ୍ତା ଯତିକାନ୍ତ ନାୟକ, ଅରୁଣ ଚାନ୍ଦ, ପବନ ଶର୍ମା, ପ୍ରଫୁଲ୍ଲ କୁମାର ସାମଲ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଷ୍ଣୁ ମହାପାତ୍ର, ଅଗଣି ଚରଣ ଜେନା, ପ୍ରଦୀପ କୁମାର ଜେନା, ପ୍ରତାପ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱାଧୀନତାର ୭୬ ବର୍ଷ ପରେ ଆମ ସମ୍ବିଧାନ ତତ୍‌କାଳୀନ ସମୟରେ ୩୬ କୋଟି ମଣିଷଙ୍କ ମଧ୍ୟରୁ ଆଦିବାସୀ, ହରିଜନ, ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କ ମଙ୍ଗଳ ପାଇଁ ସଂରକ୍ଷଣ ଲାଗୁ କରିଥିଲେ । ହେଲେ ଆଜି ଦିନରେ ବାସ୍ତବ କ୍ଷେତ୍ର ଦୀର୍ଘଦିନ ପରେ ପୁଣି ଓବିସି, ଏସ୍‌ସବିସି ମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ପାଇଁ ଲୋକେ ଦାବି କରିବାରୁ ମାନ୍ୟବର ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି ସଂରକ୍ଷଣ ୫୦ ଚାକିରୀ ଓ ନିର୍ବାଚନ କ୍ଷେତ୍ରରେ ଲାଗୁ କରିବା ପାଇଁ । ଶିକ୍ଷା ଓ ପଦୋନ୍ନତି ବେଳେ ହାଇକୋର୍ଟ, ସୁପ୍ରିମକୋର୍ଟଙ୍କ ବିଚାରପତି ନିଯୁକ୍ତି ପାଇଁ କୋଟା ସଂରକ୍ଷଣ ସଂପର୍କରେ ବକ୍ତାମାନେ ନିଜ ନିଜ ମଧ୍ୟରେ ମତ ପ୍ରକାଶ କରିଥିଲେ । ଆଜିର ଦିନରେ ପାଠ ପଢିବାବେଳେ ଜାତି, ବର୍ଣ୍ଣ ଭିତରେ ସଂରକ୍ଷଣ ରହିବାକୁ କିଛି ବକ୍ତା ପ୍ରତିବାଦ କରିଥିଲେ ।

ଆମ ସମ୍ବିଧାନ ମୁତାବକ ଆଇନ୍ ଆଗରେ ସମସ୍ତେ ସମାନ ଅଧିକାର ଥିବାବେଳେ କୋଟା ସଂରକ୍ଷଣକୁ ଚାଲୁ ରହିବ ନାହିଁ ବୋଲି ବିରୋଧ କରିବା ବେଳେ ଅପରପକ୍ଷରେ ସମାଜରେ ଯେଉଁମାନେ ଉତ୍ପାଦନ କରି ସମସ୍ତଙ୍କ ମୁହଁରେ ଦାନା ଦେଉଛନ୍ତି ଯଥା କଳକାରଖାନା, ଖଣି ଖାଦାନ, ପରିବହନ, ବନ୍ଦର, ରାଜପଥ, ଅଫିସ୍ ଓ ଦପ୍ତର ଠାରୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଚାରାଳୟ ଓ ଗୃହ ମନ୍ତ୍ରାଳୟ ସବୁଠି ଯେଉଁମାନେ ଉତ୍ପାଦନର ଉତ୍ସ, ସେମାନେ ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ ଜାତି ଭିତ୍ତିକ ସଂରକ୍ଷଣ ଆମ ମାଟିର ମଣିଷ ଆଦିବାସୀ, ହରିଜନ ଏବେବି ଆର୍ଥିକ, ସାମାଜିକ କ୍ଷେତ୍ରରେ ଓ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଉନ୍ନତି ଲାଭ କରିପାରିନାହାଁନ୍ତି । ଶିକ୍ଷା ଗ୍ରହଣ କରିବାବେଳେ କୋଟା ସଂରକ୍ଷଣକୁ ଆଧାର କରି ଡାକ୍ତର ଭାବେ ସେବା ଯୋଗାଇ ଦେବାକୁ ବାଧ୍ୟ ହେଉଛନ୍ତି, ଅନୁରୂପ ଭାବେ ବଡବଡିଆଙ୍କ ପୁତ୍ର କନ୍ୟା ମାନଙ୍କ ବାପା ପ୍ରଚୁର ଅର୍ଥ ଦେଇ ନିମ୍ନମାନର ଡାକ୍ତର ଓ ଇଂଜିନିୟର କରିଥିବାରୁ ଏହି ଘଟଣାର ସତ୍ୟତା ନିର୍ଦ୍ଧାରଣ କରି ଟଙ୍କା ଦେଇ କୃତିି୍ରମ ଡାକ୍ତର ଓ ଇଂଜିନିୟର, ବୈଜ୍ଞାନିକ ସୃଷ୍ଟି କରିବା ବନ୍ଦ କରିବା ଦରକାର । ସଂଖ୍ୟା ଚିତ୍ରକୁ ଆଧାର କରି ସଂସଦ ନିର୍ବାଚନ ଠାରୁ ପଂଚାୟତ ଓ ପୌର ପରିଷଦର ନିର୍ବାଚନ କ୍ଷେତ୍ରରେ ସଂରକ୍ଷଣ ରହିବାକୁ ମତ ଦେବା ସହ ଶାରୀରିକ ଅକ୍ଷମତା ଓ ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ମତାମତ ପ୍ରଦାନ କରିଥିଲେ । ଶେଷରେ ସଂଘର କୋଷାଧ୍ୟକ୍ଷ, ବିଟୁ ଦାସ, ସଂଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସଭାପତି ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.