Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ

ଭଦ୍ରକ ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ

68

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ ପାଳିତ ହୋଇଯାଇଛି। ସକାଳ ୮ ଘଟିକାରୁ ଆଇନ୍‌ଜୀବୀମାନେ ଏକ ହୋଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଭାରତବର୍ଷର ସାଧାରଣ ଜନତାଙ୍କ ମୌଳିକ ଅଧିକାର ଅର୍ଥାତ୍ କଥା କହିବାର ଅଧିକାର ଉପରେ ମାନ୍ୟବର ସୁପ୍ରିମକୋର୍ଟର ବିଚାରପତି ଯେଉଁ ବୟାନ ଦେଇଥିଲେ ଆଇନ୍‌ଜୀବୀମାନେ ଧର୍ମଘଟରୁ ବିରତ ନରହିଲେ ସେମାନଙ୍କ ଲାଇସେନ୍ଦ ରଦ୍ଦ କରିଦିଆଯିବା, ତାହାର ପ୍ରତିବାଦ କରି ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଏଥିପାଇଁ ଓକିଲମାନେ ବିଚାରପତି ଓ କର୍ମଚାରୀଙ୍କୁ କୋର୍ଟ ଭିତରକୁ ଛାଡିନଥିଲେ ଏବଂ କୋର୍ଟ କାର୍ଯ୍ୟ ବର୍ଜନ କରିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଗୋପବନ୍ଧୁ ଦୀକ୍ଷିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସେଥିରେ ବକ୍ତା ଭାବେ ନିରାକାର ଜେନା, ଦିବ୍ୟସିଂହ ନାୟକ, ରାଧା ଦାସ, ପବନ ଶର୍ମା, ଅରୁଣ ଚାନ୍ଦ, ଶଶିଭୂଷଣ ପଣ୍ଡା, ଶ୍ରୀକାନ୍ତ ବିଶ୍ୱାଳ, ବିଷ୍ଣୁ ମହାପାତ୍ର, ହରିହର ଧଳ, ନାରାୟଣ ମହାନ୍ତି, ତାହେର ଅହମ୍ମଦ, ସେକ୍ ଇସ୍ତାହାର, ଅମର ବାରିକ, ସଂଜୀବ ବାରିକ, ବିଜନ ଜେନା, ଧୀରେନ୍ଦ୍ର ରାୟ, ରବି ସ୍ୱାଇଁ, ତଥାସ୍ତୁ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପାର୍ଥସାରଥୀ ପଣ୍ଡା, ରାଧା ଦାସ, ଗଦାଧର ବଳ, ଅରୁଣ ଚାନ୍ଦ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.