Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘ ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ ଓକିଲ ସଂଘ ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ

36

ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘ ପକ୍ଷରୁ ପବିତ୍ର ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭଦ୍ରକ ଓକିଲ ସଂଘର ସଭାପତି ଦିଲୀପ ମହାପାତ୍ର ଓ ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ କରିଥିଲେ। ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ ଯେଉଁ ମହାମନିଷି ଓ ସତ୍ୟାଗ୍ରହୀ ମାନେ ସେମାନଙ୍କର ଦେଶପ୍ରେମ ଓ ଜାତିରପିତା ମହାତ୍ମାଗାନ୍ଧୀଙ୍କ ଅହିଂସା ଅସ୍ତ୍ର ବଳରେ ବ୍ରିଟିଶ ଶାସନକୁ ପରାସ୍ତ କରି ଦେଶକୁ ସ୍ୱାଧୀନତା ଆଣିଥିଲେ। ସେହି ମହାମନିଷୀମାନେ ସବୁଦିନ ଚୀରସ୍ମରଣ ହୋଇ ରହିଛନ୍ତି। ବର୍ତମାନର କରୋନା ମହାମାରୀ ସମୟରେ ସରକାରଙ୍କ କୋଭିଡ ନିୟମକୁ ପାଳନ କରିବା ସହ ନିଜେ ସୁରକ୍ଷିତ ରହିବା ସହ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବାର୍ ଆସୋସିଏସନ୍ ର ସଦସ୍ୟ ପବନ ଶର୍ମା, ବରିଷ୍ଟ ଆଇନଜିବୀ ପର୍ଶୁରାମ ଦ୍ୱିବେଦୀ, ଆଇନଜୀବି ଗଦାଧର ବଳ, ସରୋଜ ମିଶ୍ର, ବିଶ୍ୱଜିତ୍ ରାଉତ, ନିରାକର ଜେନା, ସୁଶାନ୍ତ ଜେନା, କିଶୋର ଚନ୍ଦ୍ର ବଳ, ବେଣୁଧର ମଲ୍ଲିକ, ଜୟନ୍ତ କୁମାର ଭୋଇ, ହିମାଂଶୁ ମହାନ୍ତି ସମେତ ବହୁ ବରିଷ୍ଟ ଓ କନିଷ୍ଟ ଆଇନଜିବୀ ମାନେ ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.