Home ଜିଲ୍ଲା ପରିକ୍ରମା ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମ

ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମ

20

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାସ୍ଥ୍ୟ ହିଁ ସଂପଦ । ଶରୀର ନିରୋଗ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଆଜି ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ଯୋଜନା କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀମାନେ ସହରବାସୀଙ୍କୁ ଏକ ବିଶାଳ ଅଭିଯାନ ମାଧ୍ୟମରେ ଅବଗତ କରାଇଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆ-ଓ ଯୋଜନା କାର୍ଯ୍ୟକ୍ରମର ୬ଷ୍ଠ ଦିବସରେ ଆଜି ସୁସ୍ଥ ଜୀବନ ଶୈଳୀକୁ ନେଇ ଏହି ଅଭିଯାନ ସହର ପରିକ୍ରମା କରିଥିଲା । ଏହି ଅଭିଯାନ କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ଦୁର୍ଗାଶଙ୍କର ଦାସ, ସାମାଜିକ କାର୍ଯ୍ୟକଳାପ ସଂଯୋଜକ ଡ. ସ୍ୱପ୍ନାସୋନାଲିକା ଜେନା, ନୋଡାଲ ଅଫିସର ଡ. ଅଜିତ୍ କୁମାର ଦାସ, ଅଧ୍ୟାପକ ସତ୍ୟବ୍ରତ ବାରିକ, ଡ. ସଂଜୟ କୁମାର ଶତପଥୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.