ଭଦ୍ରକ, ୧୧ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଇନ୍ଟାକ୍ ଚାପ୍ଟର ତରଫରୁ ଆବାହକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ୱରେ ରବିବାର ଦିନ ଏକ ଭ୍ରମଣ ଯାତ୍ରାର ଆୟୋଜନ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ ହୋଇ ସଂଧ୍ୟା ୫ ଘଟିକା ସମୟରେ ଶେଷ ହୋଇଥିଲା । ୫୦ ଜଣ ଇନ୍ଟାକ୍ ସଭ୍ୟମାନେ ପରିବାର ସହିତ ଉକ୍ତ ଭ୍ରମଣରେ ଭାଗ ନେଇଥିଲେ । ଆଜୀବନ ସଦସ୍ୟ ଅଜିତ କୁମାର ଦାସ ଭ୍ରମଣକାରୀ ଇନ୍ଟାକ୍ ସଦସ୍ୟ ମାନଙ୍କର ଖାଦ୍ୟ ପେୟର ସମସ୍ତ ଖର୍ଚ୍ଚବହନ କରିଥିବାରୁ ତାଙ୍କୁ ଭଦ୍ରକ ଇନ୍ଟାକ୍ ତରଫରୁ ଧନ୍ୟବାଦ ଦିଆଯାଇଛି । ଭଦ୍ରକ ବନ୍ତଛକ ନିକଟବର୍ତ୍ତୀ ଜୟଗୁରୁ ମନ୍ଦିର ନିକଟରୁ ଯାତ୍ରା ବସଯୋଗେ ଆରମ୍ଭ ହୋଇ କେଉଁଝର ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରାଯାଇଥିଲା । ବଞ୍ଚୋଠାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର, ଯାହା କିଛିବର୍ଷତଳେ ନୀଳାଚଳଧାମ ପୁରୀ ଶ୍ରୀମନ୍ଦିର ଛାୟାରେ ନିର୍ମାଣ କରାଯାଇଅଛି, ଦର୍ଶନ କରିବାପରେ ଶକ୍ତିପୀଠ ବରାହୀ ମାଆଙ୍କୁ ଦର୍ଶନ କରାଯାଇଥିଲା । ଏହା ସ୍ୱୀକାର୍ଯ୍ୟଯେ ମା’ ବରାହୀଙ୍କର ନାମାନୁସାରେ ବଞ୍ଚୋ ଗ୍ରାମଟି ନାମିତ ହୋଇଅଛି ।
ଏହାପରେ ବସ୍ ପହଞ୍ôଚଥିଲା ଐତିହ୍ୟ ଚକ୍ରତୀର୍ଥରେ । ଏହି ସ୍ଥାନଟି କଳା ଭାସ୍କର୍ଯ୍ୟର ବୋଲି ଭ୍ରମଣକାରୀମାନେ ଅନୁଭବ କଲେ ଏବଂ ଏହା ରାମବାବାଙ୍କର ତପସ୍ୟା ସ୍ଥଳୀ ଥିଲା । ସୁନ୍ଦରାପାଳଠାରେ ଶକ୍ତିପୀଠ ମା’ ଗଡ଼ଚଣ୍ଡୀ ମଧ୍ୟ ଅନ୍ୟ ଏକ ଦର୍ଶନୀୟ ସ୍ଥାନ, ଯେଉଁଠି ଭ୍ରମଣକାରୀମାନେ ସମ୍ମିଳିତ ହୋଇଥିଲେ । କେଉଁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଜଳସେଚିତ କରୁଥିବା ଜଳ ଭଣ୍ଡାର ହଦଗଡ଼ ଡ୍ୟାମ୍ ୍ପ୍ରୋଜେକ୍ଟଠାରେ ଭ୍ରମଣ ପୂର୍ବକ ମଧ୍ୟାହ୍ନ ଭୋଜନରେ ଭ୍ରମଣକାରୀମାନେ ଅଂଶଗ୍ରହଣ କରିଥିଲେ । କେତେଜଣ ସଭ୍ୟ ନିଜ ନିଜ ପରିବାର ସଦସ୍ୟ ଏହି ଯାତ୍ରାରେ ଭାଗନେଇ ଆଜିର ଯାତ୍ରାକୁ ସଫଳ କରିଥିଲେ । ଇନ୍ଟାକ୍ର ଉକ୍ତ ଭ୍ରମଣ ଯାତ୍ରାରେ ଭାଗନେଇଥିବା ସଦସ୍ୟମାନେ ହେଲେ ସର୍ବଶ୍ରୀ ଦିଗମ୍ବର ମହାନ୍ତି, ଶାନ୍ତନୁ କୁମାର ରାଉତ, ବାବୁଲାଲ ଦାସ, ଡ. ଭାଗବତ ତ୍ରିପାଠୀ, ବାଦଲ କିଶୋର ମହାପାତ୍ର, ମଧୁସୂଦନ ସାହୁ, କରୁଣାକର ଉପାଧ୍ୟାୟ, ମୁକ୍ତିକାନ୍ତ ମହାପାତ୍ର, ଯୁଧିଷ୍ଠିର ବାରିକ, କୌଳାସ ଚନ୍ଦ୍ର ପଣ୍ଡା, ଅରବିନ୍ଦ ବସନ୍ତରାୟ ହରେକୃଷ୍ଣ ସାହୁ, ହରେକୃଷ୍ଣ ତ୍ରିପାଠୀ, ଅଜିତ୍ କୁମାର ନାୟକ, ଅଜିତ୍ କୁମାର ଦାସ, ବିଚିତ୍ରାନନ୍ଦ ମହାନ୍ତି, ବିଜୟ କୁମାର ମହାନ୍ତି, ହରମୋହନ କୁଅଁର, ଉଦୟନାଥ ମହାନ୍ତି, ଇଂ ମନୁଆର ହୁସେନ ଖାଁ, ଅଶୋକ କୁମାର ଦାସ, ଇଂ ସୁବାସ ସାହୁ, ଡଃ ଗୋଲକ ବିହାରୀ ସାହୁ, ସୁବାସ ଚନ୍ଦ୍ର ଦାଶ ଏବଂ ଅନ୍ୟମାନେ ଯୋଗଦାନ କରିଥିଲେ । ଭ୍ରମଣ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବରେ ସମାପନ ହୋଇଥିବାରୁ ଆବାହକଙ୍କୁ ପ୍ରଶଂସା କରାଯାଇଥିଲା ।







