ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଇନ୍ଟାକ୍ ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ ଠାରେ କନ୍ଭେନ୍ର ଦିଗମ୍ବର ମହାନ୍ତିଙ୍କ ପୌରୋହିତ୍ୟରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସହ କନ୍ଭେନ୍ର ପ୍ରଭାକର ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଂଘର ଉପଦେଷ୍ଟା ଦିବଂଗତ ପ୍ରଫେସର ସନାତନ ମହାନ୍ତି, ସଦସ୍ୟ ସଦାନନ୍ଦ ସାହୁ, ଭାରତର ସେନାମୁଖ୍ୟ ବିପିନ୍ ରାୱତ ଓ ଅନ୍ୟ ୧୩ ଜଣଙ୍କ ପାଇଁ୨ ମିନିଟ୍ ସମବେତ ନିରବ ପ୍ରାର୍ଥନା କରାଯାଇ ସେମାନଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଏମାନଙ୍କ ମଧ୍ୟରେ ଜଣେ ଓଡ଼ଆ ୱାରଣ୍ଟ ଅଫିସର ରାଣା ପ୍ରତାପ ଦାସଙ୍କ ପାଇଁ ମଧ୍ୟ ଶୋକ ପ୍ରକାଶ କରାଗଲା । ସନାତନ ସାରଙ୍କ ସମ୍ପର୍କରେ ଡ଼. କ୍ଷୀରୋଦ କୁମାର ସାମଲ, ଡ଼. ଭାବଗତ ତ୍ରିପାଠୀ, ବୃନ୍ଦବନ ଚନ୍ଦ୍ର ରାଉଳ, ଶାନ୍ତନୁ କୁମାର ରାଉତ, ଶାନ୍ତିଲତା ନାଗ, ଡ଼. ଗୋଲକ ବିହାରୀ ସାହୁ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ସଦାନନ୍ଦ ସାହୁଙ୍କ ସମ୍ପର୍କରେ ବାବୁଲାଲ୍ ଦାସ, ଅଜିତ୍ କୁମାର ନାୟକ, କରୁଣାକର ଉପାଧ୍ୟାୟ ଓ କୈଳାଶ ଚନ୍ଦ୍ର ପଣ୍ଡା ସ୍ମୃତିଚାରଣ କରିଥିଲେ । ନୂତନ ସଦସ୍ୟ ବିଶ୍ୱମ୍ବର ରାଉତଙ୍କୁ ସ୍ୱାଗତ କରାଯାଇଥିଲା । ଇନ୍ଟାକ୍ ଭଦ୍ରକ ଶାଖା ପକ୍ଷରୁ ଭଣ୍ଡାରିପୋଖରୀ ଥାନାର ଷୋଳମପୁର ଠାରୁ ମିଳିଥିବା ବୈଦ୍ଧକୀର୍ତ୍ତିରାଜି ଓ ମୂର୍ତ୍ତିର ସୁରକ୍ଷା ପାଇଁ କନ୍ଭେନ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ପ୍ରଦାନ ସହ ସମସ୍ତ କୀର୍ତ୍ତିରାଜିର ସୁରକ୍ଷା ଓ ପାରିପାଶ୍ୱର୍ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ଜିଲ୍ଲାପାଳ ଆନ୍ତରିକ ସହଯୋଗ ସହ ପଦକ୍ଷେପ ନେବା ପାଇଁ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ । ବୌଦ୍ଧ କୀର୍ତ୍ତିରାଜିର ସୁରକ୍ଷା ଓ ପାରିପାଶ୍ୱର୍ର ସୌନ୍ଦର୍ଯ୍ୟକରଣରେ ସ୍ଥାନୀୟ ବାସିନ୍ଦା ବିଶ୍ୱମ୍ବର ରାଉତଙ୍କୁ କାର୍ଯ୍ୟକ୍ରମର ପରିଚାଳନାରେ ଆନ୍ତରିକ ସହଯୋଗ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଦସ୍ୟ କାଶୀନାଥ ସାହୁ, ଅଶୋକ କୁମାର ଦାସ, ପଦ୍ମନାଭ ପାଢ଼ୀ, ହରେକୃଷ୍ଣ ତ୍ରିପାଠୀ, ଚନ୍ଦ୍ରମୋହନ ମହାନ୍ତି, କାର୍ତ୍ତିକ ଚରଣ ଖୁଣ୍ଟିଆ, ଆଶିଷ କୁମାର ଦେବଗୋସ୍ୱାମୀ, ଏସ୍.କମିଳା ପ୍ରମୁଖ ଯୋଗଦାନ କରିଥିଲେ । ସୁବାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।