Home ଜିଲ୍ଲା ପରିକ୍ରମା ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀଙ୍କ ବିୟୋଗରେ ଶୋକସଭା

ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀଙ୍କ ବିୟୋଗରେ ଶୋକସଭା

51

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଆଇନ୍ ମହାବିଦ୍ୟାଳୟ ପରିସରରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଡଭୋକେଟ୍ ଯାଜ୍ଞସେନୀ ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଉକ୍ତ ଶୋକସଭାଟି ଅନୁଷ୍ଠିତ ହୋଇଯାଇଛି। ଯାଜ୍ଞସେନୀ ପଣ୍ଡା ଆଇନ୍ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଥିବାବେଳେ ସେ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଆଇନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଆଡମିଶନ କରିଥିଲେ। ସେ ଅତ୍ୟନ୍ତ ନମ୍ର, ସରଳ ଓ ମେଧବୀ ଛାତ୍ରୀ ଥିଲେ। ତାଙ୍କ ବିୟୋଗରେ ଏହି ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.