ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଓ ଉପ ଅଧୀକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତି, ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ନରିପୁର କଚେରୀ ବଜାର ନିକଟରେ ଚଢାଉ କରି ୧୦.୬୦୦ କିଲୋଗ୍ରାମ ଗଂଜେଇ ଓ ୧.୭୦୦ କିଲୋଗ୍ରାମ ଅଫିମ ଜବତ କରିଛନ୍ତି । ଏବଂ ଏଥିରେ ସଂପୃକ୍ତ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ନରିପୁର ଗ୍ରାମର ପଞ୍ଚାନନ ସାହୁ ଓ ହିମାଂଶୁ ଭୂଷଣ ସାହୁଙ୍କୁ ଗିରଫ କରିଛନ୍ତି । ଜବତ ଗଂଜେଇ ଓ ଅଫିମର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏସଆଇ ଶ୍ରୀକାନ୍ତ ମୁର୍ମୁ, ରବି ବେହେରା ଓ ଅଭିଳାଷ ପାଲ, ଏଏସ୍ଆଇ ପ୍ରହଲ୍ଲାଦ ସାମଲ ଓ ରମେଶ ନାୟକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲାଇ, ଶୁଭାଶିଷ ରାଉତ, ମିଥୁନ ଜେନା, ଅଜୟ ଦାସ, ବିଭୁ ପ୍ରସାଦ ମଳିକ, ଜେମାମଣି ଜାମୁଡା, ଶୁଭ୍ରାମିନି ଦାସ ପ୍ରମୁଖ ସାମିଲ ଥିଲେ । ଏ ନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ କେଶ୍ ନଂ ୨୪୩/୨୪ ଏବଂ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେଶ୍ ନଂ ୪୪୮/୨୪ ମୂଳେ ମାମଲା ରୁଜୁ କରାଯାଇଛି ।