Home ଜିଲ୍ଲା ପରିକ୍ରମା ଭଦ୍ରକ – ଅଗ୍ନିକାଣ୍ଡ ଘଟି ୪ ବଖରା ଭସ୍ମୀଭୂତ

ଭଦ୍ରକ – ଅଗ୍ନିକାଣ୍ଡ ଘଟି ୪ ବଖରା ଭସ୍ମୀଭୂତ

40

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଘରପୋଡି ଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ଭଦ୍ରକ ବ୍ଲକ୍ ଅଧୀନସ୍ଥ ବଣିଆ ଗ୍ରାମପଞ୍ଚାୟତର ସରଗଡିଆ ଗ୍ରାମର ଆଦିବାସୀ ସାହିରେ । ଏହି ଗ୍ରାମର ସନାତନ ସିଂ ଓ ଗୋରା ମୁଣ୍ଡା ଭଳି ଦୁଇଟି ଆଦିବାସୀ ପରିବାରର ଚାରି ବଖରା ଘର ଜଳି ପାଉଁଶ ହେବା ସହ ପ୍ରାୟ ୪୦ ହଜାର ଟଙ୍କାର ସଂପତ୍ତି ଭସ୍ମୀଭୂତ ହୋଇଛି । ଖବର ପାଇ ଭଦ୍ରକରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚଥିଲେ ମଧ୍ୟ ସେତେବେଳକୁ ଘର ଜଳି ପାଉଁଶ ହୋଇଯାଇଥିଲା । ଏହି ଖବର ପାଇ ସହୀଦ ଭଗତ ସେନାର ଏକ ପ୍ରତିନିଧି ଦଳ ସେଠାରେ ପହଞ୍ôଚ ଉଭୟ ପରିବାରଙ୍କୁ ପାଲ ଓ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.