ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବ୍ର ଅଧିଷ୍ଠାନ ଦିବସ ଆଜି ସଂସ୍ୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷର ବିଦାୟୀ ସଭାପତି ଲାୟନ ବୈଲୋଚନ ବେହୁରିଆଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ୩୨୨ ସି୫ ଜିଲାର ପ୍ରଥମ ଡିଷ୍ଟ୍ରିକ୍ ଗଭର୍ଣ୍ଣର ଲାୟନ ଶରତ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲାୟନ୍ସ ସଭ୍ୟମାନଙ୍କ ମଧ୍ୟରେ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଲାୟନ ପ୍ରଧାନ ଚଳିତବର୍ଷର ସଭାପତି ରୂପେ ଲାୟନ ପ୍ରଭାତ କୁମାର ଧଳ ଓ ସଂପାଦକ ଭାବେ ଲାୟନ ସନ୍ତୋଷ କୁମାର ପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କୁ ବିଧିପୂର୍ବକ ଅଧିଷ୍ଠିତ କରାଇଥିଲେ। ଚଳିତବର୍ଷ ଉପସଭାପତି ଭାବେ ଲାୟନ ସୁଶାନ୍ତ ସାହୁ, ଲାୟନ ତିଳୋତ୍ତମା ପଣ୍ଡା ଓ ଲାୟନ ବର୍ଷା ମଙ୍ଗଳ ସଧା, କୋଷାଧ୍ୟକ୍ଷ ଭାବେ ଲାୟନ ରାଜେନ୍ଦ୍ର ପଣ୍ଡା, ଲାୟନ ଟେମର ଲାୟନ ଅମର ମହାନ୍ତି, ଟେଲଟୁଇଷ୍ଟର ଲାୟନ ସୋମନାଥ ପଣ୍ଡା ତଥା ଡାଇରେକ୍ଟର ଭାବେ ଲାୟନ ପର୍ଶୁରାମ ଦ୍ୱିବେଦୀ, ଲାୟନ ପଦ୍ମନ ରାୟ, ଲାୟନ ବଳରାମ ମିଶ୍ର, ଲାୟନ ଗୀତାଞ୍ଜଳି ଦ୍ୱିବେଦୀ, ଲାୟନ ସତ୍ୟେନ୍ଦୁ ରାୟ ମହାପାତ୍ର, ଲାୟନ ରାଜେନ୍ଦ୍ର ହୋତା, ଲାୟନ ଡାକ୍ତର ହରେକୃଷ୍ଣ ନାୟକ, ଲାୟନ ପ୍ରତାପ ନାୟକ ଓ ଲାୟନ ପ୍ରମୋଦ ରାୟ ପ୍ରମୁଖ ଅଧିଷ୍ଠିତ ହୋଇଥିଲେ। ନୂତନ କର୍ମକର୍ତ୍ତାମାନଙ୍କୁ ଲାୟନ ବିଜୟ ଗୁପ୍ତା ଓ ଲାୟନ ଅଶୋକ ମହାନ୍ତି ଶୁଭେଚ୍ଛା ଜଣାଇଥିଲେ। ଇତିପୂର୍ବରୁ ଲାୟନ୍ସ କ୍ଲବ୍ର ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ଉପରେ ମୁଖ୍ୟବକ୍ତା ପୂର୍ବତନ ଗଭର୍ଣ୍ଣର ଲାୟନ୍ସ ପ୍ରକାଶ ଜେନ ସମ୍ୟକ ସୂଚନା ପ୍ରଦାନ କରିବା ସହ ନୂତନ ସଭ୍ୟମାନଙ୍କୁ ଶପଥପାଠ କରାଇଥିଲେ। ଲାୟନ ପରମାନନ୍ଦ ସାହୁ ପୁଷ୍ପଗୁଚ୍ଛ ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।