Home ଜିଲ୍ଲା ପରିକ୍ରମା ଭଦ୍ରକର ରାନ୍ଦିଆ ଓ ଧାମରା ଠାରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଇଏସ୍‌ଆଇସି ଡାକ୍ତରଖାନା, କେନ୍ଦ୍ରମନ୍ତ୍ରୀଙ୍କ ଠାରେ...

ଭଦ୍ରକର ରାନ୍ଦିଆ ଓ ଧାମରା ଠାରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଇଏସ୍‌ଆଇସି ଡାକ୍ତରଖାନା, କେନ୍ଦ୍ରମନ୍ତ୍ରୀଙ୍କ ଠାରେ ଦାବି ଜଣାଇଲେ ଭଦ୍ରକ ସାଂସଦ

15

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓ ଧାମରାରେ କର୍ମଚାରୀ ରାଜ୍ୟ ବୀମା ନିଗମର (ଇଏସ୍‌ଆଇସି) ର ନିଜସ୍ୱ ଡାକ୍ତରଖାନା, କର୍ମଚାରୀ ଆବାସ ସହିତ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ୍ କରି ଦାବି ଜଣାଇଛନ୍ତି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ । ଇଏସ୍‌ଆଇସି ନିଗମ ହେଉଛି ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ବିଭାଗର ଏକ ନିୟମକାରୀ ସଂସ୍ଥା । ଯାହା ଇଏସ୍‌ଆଇଏସ୍ ଯୋଜନାରେ ଥିବା ଶିଳ୍ପାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ଅସୁସ୍ଥତା, ପ୍ରସୂତି ଓ ଚାକିରୀ ସମୟରେ ରୋଗ ଓ ଦୁର୍ଘଟଣା ସମୟରେ ନିଜର ସ୍ୱାସ୍ଥ୍ୟ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ହେଉଛି ଏହାର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଭଦ୍ରକ ଜିଲାର ବେଦାନ୍ତ-ଫେକର ପରି ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଭଦ୍ରକର ଏକ ଭଡା ଘରେ ଇଏସ୍‌ଆଇସି ଡିସ୍‌ପେନସାରୀ କାର୍ଯ୍ୟ କରୁଛି, ଯାହାକି ଅନୁପଯୁକ୍ତ ଓ ସେଠାରେ ସମସ୍ତ ପ୍ରକାର ଚିକିତ୍ସା ସେବା ମିଳିପାରୁନାହିଁ । ଭାରତ ସରକାର ଇତିମଧ୍ୟରେ ଧାମରା ଠାରେ ୩୬୪୬ ନଂ ଇଏସ୍‌ଆଇସି ଡିସ୍‌ପେନସାରୀଙ୍କୁ ଅନ୍ୟ ଏକ ନୂତନ ଡାକ୍ତରଖାନା ଖୋଲିବା ନିମନ୍ତେ ଅନୁମୋଦନ କରିଛନ୍ତି । ଯାହା ଭଦ୍ରକ ସଦର ମହକୁମାରୁ ୬୦ କିମି ଦୂର । ଉଲ୍ଲେଖଯୋଗ୍ୟ ଭଦ୍ରକର ରାନ୍ଦିଆ ଓ ଧାମରାରେ ଇଏସ୍‌ଆଇସି ଡାକ୍ତରଖାନା, କର୍ମଚାରୀ ଆବାସ ନିର୍ମାଣ ସହିତ ଅନ୍ୟ ଭିତ୍ତିଭୂମିର ବିକାଶ ପାଇଁ ପ୍ରତ୍ୟେକ ଡାକ୍ତରଖାନାକୁ ଦୁଇ ଏକର ଲେଖାଏଁ ଜମି ଯୋଗାଇ ଦିଆଯିବା ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ଥିବା ନେଇ ସାଂସଦ ପ୍ରକାଶ କରିଛନ୍ତି । ଏହିସବୁ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଖୁବଶୀଘ୍ର ସାଂସଦଙ୍କ ଦାବିକୁ ବିଚାରକୁ ନେଇ ନୂତନ ଡାକ୍ତରଖାନା ପ୍ରତିଷ୍ଠା ସହ ସମସ୍ତ ପ୍ରକାର ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ମଂଜୁର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ପ୍ରକାଶ କରିଛନ୍ତି । ଉକ୍ତ ଆଲୋଚନାରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.