Home ଜିଲ୍ଲା ପରିକ୍ରମା ଭଦ୍ରକର ବିଜେଡି ଯୁବନେତା ଅସିତ୍ ପଟ୍ଟନାୟକଙ୍କ ବିବାଦୀୟ ଜନ୍ମଦିନ ପ୍ରସଙ୍ଗ, ଉପଜିଲାପାଳଙ୍କ ପକ୍ଷରୁ ଆୟୋଜକଙ୍କ ବିରୁଦ୍ଧରେ...

ଭଦ୍ରକର ବିଜେଡି ଯୁବନେତା ଅସିତ୍ ପଟ୍ଟନାୟକଙ୍କ ବିବାଦୀୟ ଜନ୍ମଦିନ ପ୍ରସଙ୍ଗ, ଉପଜିଲାପାଳଙ୍କ ପକ୍ଷରୁ ଆୟୋଜକଙ୍କ ବିରୁଦ୍ଧରେ ପୁରୁଣାବଜାର ଥାନାରେ ମାମଲା ରୁଜୁ

22

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ତୁଙ୍ଗ ରାଜନେତା ଯୁଗଳ କିଶୋର ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ବିଜେଡି ଯୁବନେତା ଅସିତ୍ ପଟ୍ଟନାୟକଙ୍କ ବିବାଦୀୟ ଜନ୍ମଦିନ ପ୍ରସଙ୍ଗକୁ ନେଇ ଉପଜିଲାପାଳଙ୍କ ପକ୍ଷରୁ ପୁରୁଣାବଜାର ଥାନାରେ ଆୟୋଜକଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏବଂ ଆୟୋଜକମାନେ କିଭଳି ପ୍ରଶାସନର ବିନା ଅନୁମତିରେ ଆରଏମ୍‌ସି ମାର୍କେଟ୍ କମ୍ଲେକ୍ସ ଭଳି ଏକ ସରକାରୀ ସ୍ଥାନରେ ଏଭଳି ଆୟୋଜନ କଲେ ତାହା ବିରୁଦ୍ଧରେ ତଦନ୍ତ କରି ଥାନାଧିକାରୀ ତୁରନ୍ତ ରିପୋର୍ଟ ଦେବାକୁ ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ତେବେ ଏଭଳି ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଆରମ୍ଭରୁୁ କାର୍ଯ୍ୟକ୍ରମ ଶେଷପର୍ଯ୍ୟନ୍ତ ପୁଲିସ୍ ସମସ୍ତଙ୍କୁ ସହଯୋଗ କରିଆସୁଥିବାବେଳେ ପ୍ରଶାସନ ପକ୍ଷରୁ ଏଭଳି ଏତଲା ଦିଆଯିବା ଘଟଣା ସହରବାସୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ଏବଂ ପ୍ରଶାସନର ଏଭଳି ନୀତିକୁ ନିନ୍ଦା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ଭଦ୍ରକର ଆରଏମ୍‌ସି ମାର୍କେଟ୍ ପରିସରରେ ତାଙ୍କର ଜନ୍ମଦିନକୁ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଏବଂ ତାଙ୍କ ପ୍ରତିନିଧି (ସ୍ୱାମୀ) ଜାହିଦ ହବିବ (ଜାନୁ) ଙ୍କ ପକ୍ଷରୁ ବେଶ୍ ଭବ୍ୟ ସହକାରେ ପାଳନ କରାଯାଇଥିଲା । ତେବେ ବିନା ଅନୁମତିରେ ଏକ ସରକାରୀ ସ୍ଥାନରେ ଏଭଳି ଉତ୍ସବର ଆୟୋଜନକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ମନୋଜ ପାତ୍ର ପୁରୁଣାବଜାର ଥାନାରେ ଏକ ଏତଲା ଦାଏର କରିଛନ୍ତି । ସେଥିରେ ଆଇନ୍‌କୁ ଉଲ୍ଲଂଘନ କରିଥିବାରୁ ଆୟୋଜକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାତ୍ର ଦର୍ଶାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତକାଲି ଅସିତ୍ ପଟ୍ଟନାୟକ (ବୁଲୁ)ଙ୍କ ଜନ୍ମଦିନ ଥିବାରୁ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଏବଂ ତାଙ୍କ ପ୍ରତିନିଧି ସ୍ୱାମୀ ଜାହିଦ ହବିବଙ୍କ ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ପୁରୁଣାବଜାରରୁ ବାହାରି ଅସିତ୍‌ଙ୍କ ନରିପୁର ଅସ୍ଥଳ ସ୍ଥିତ ବାସଭବନରେ ପହଞ୍ôଚଥିଲା । ସେଠାରୁ ତାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଚାନ୍ଦବାଲି ବାଇପାସ୍‌ସ୍ଥିତ ଆରଏମ୍‌ସି ମାର୍କେଟ୍ କମ୍ଲେକ୍ସ ପରିସରରେ ଆୟୋଜିତ ଖୋଲାମଂଚ କାର୍ଯ୍ୟକ୍ରମ ନିକଟକୁ ନେବାପରେ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏପରିକି ସେଠାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ବୁଲୁଙ୍କ ସମର୍ଥିତ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ମତୁଆଲା ହୋଇ କେକ୍ କାଟିଥିଲେ । ଆରଏମ୍‌ସି କୋଠା ଛାତ ଉପରୁ ଆତସବାଜିର ଝଲକ ଦେଖିବାକୁ ମିଳିଥିଲା । ଏଥିରେ ଅସିତ୍ ନିଜ ସମର୍ଥକଙ୍କୁ ସମ୍ବର୍ଦ୍ଧନାର ପ୍ରତି ଉତ୍ତରରେ ଧନ୍ୟବାଦ ଦେବା ସହ ମନଖୋଲା ଉଦ୍‌ବୋଧନ ଦେଇ ପୁରୁଣାବଜାରର ବିକାଶ ପ୍ରସଙ୍ଗରେ ପୌରାଧ୍ୟକ୍ଷା ଗୁଲମକ୍କୀ ଓ ତାଙ୍କ ପ୍ରତିନିଧି ଜାନୁଙ୍କର ଉଦ୍ୟମ ଚର୍ଚ୍ଚାରେ ରହିଥିବାର ସୂଚାଇଥିଲେ । ଏବଂ ଏହି ବିକାଶର ଧାରାକୁ କେହି ପ୍ରତିରୋଧ କରିପାରିବେ ନାହିଁ ବୋଲି କହିବା ସହ ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କ ସମର୍ଥକମାନେ କୌଣସି ଦୃଷ୍ଟିରୁ ଅବହେଳିତ ହେବେନାହିଁ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ଗୁଜିଦରଡା, ରାନ୍ଦିଆ, ବାଣିତିଆ, ସାବରଙ୍ଗ, ବନ୍ଧଗାଁ ସମେତ ବହୁ ପଂଚାୟତର ସହସ୍ରାଧିକ ସମର୍ଥକ ଅଂଶଗ୍ରହଣ କରିଥିଲେ । ଏପରିକି ପୌରାଞ୍ଚଳର ବିଭିନ୍ନ ୱାର୍ଡ ସମେତ ପୁରୁଣାବଜାର ଅଂଚଳରୁ ଅଧିକ ସଂଖ୍ୟକ ସମର୍ଥକ ଅଂଶଗ୍ରହଣ କରିଥିବାର ଦେଖାଯାଇଥିଲା । ତେବେ ଆରଏମ୍‌ସି ମାର୍କେଟ୍ କମ୍ପେ୍ଲକ୍ସ ଭଳି ଏକ ସରକାରୀ ସ୍ଥାନରେ ବିନା ଅନୁମତିରେ ଏଭଳି ଜନ୍ମଦିନ ଉତ୍ସବର ଶୋଭାଯାତ୍ରା, ଆତସବାଜି ଭଳି ଉଚ୍ଚ ଶବ୍ଦ ମଧ୍ୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଉପଜିଲାପାଳ ଶ୍ରୀ ପାତ୍ର ପୁରୁଣାବଜାର ଥାନାରେ ଆୟୋଜକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ତାଙ୍କ କାର୍ଯ୍ୟାଳୟର ଚିଠି ନଂ ୩୮୦୫ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏହି ଘଟଣାରେ ଅସିତ୍‌ଙ୍କ ସହ ଯୋଗାଯୋଗ କରାଯିବାରେ ଆୟୋଜକଙ୍କ ନିମନ୍ତ୍ରଣ କ୍ରମେ ସେ ସେଠାକୁ ଯାଇଥିବାର କହିଥିବାବେଳେ ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସ୍ୱାମୀ ଜାହିଦ ହବିବ ଏହି ଉତ୍ସବ ଓ କାର୍ଯ୍ୟକ୍ରମ ନେଇ ଆରଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ତାଙ୍କର ମୌଖିକ ଆଲୋଚନା ହୋଇଥିବାର ସୂଚାଇ ଏହି ସମୟସୀମା ମଧ୍ୟରେ କୌଣସି ସରକାରୀ କାର୍ଯ୍ୟରେ ବାଧା ହୋଇନଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରଶାସନ ଏହି ଉତ୍ସବ ସଂପର୍କରେ ପୂର୍ବରୁ ସବୁ ଜାଣିଥିଲା । ନଚେତ୍ ଶୋଭାଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁଲିସ୍ କିଭଳି ସେମାନଙ୍କୁ ଏସକେଟ୍ ଦେଇ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିଥିଲା । ଏଣୁ ପ୍ରଶାସନର ଏଭଳି ଦୋମୁହାଁ ନୀତିକୁ ସହରର ବୁଦ୍ଧିଜୀବୀମାନେ ତୀବ୍ର ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.