Home ଜିଲ୍ଲା ପରିକ୍ରମା ଭଦ୍ରକର କ୍ରୀଡାବିତଙ୍କ ପାଇଁ ଅଶାର ସଂଚାର

ଭଦ୍ରକର କ୍ରୀଡାବିତଙ୍କ ପାଇଁ ଅଶାର ସଂଚାର

22

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଦସନ୍ଧି ଧରୀ ଅବହେଳିତ ହୋଇଥିବା ନେହରୁ ଷ୍ଟାଡିୟମ ର ପୁର୍ନଉର୍ଦ୍ଧାର କରିବା ପାଇଁ ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଂଜୀବ କୁମାର ମଲ୍ଲିକ ଆଜି ଶତାଧିକ କ୍ରୀଡା ପ୍ରେମୀଙ୍କ ଗ୍ରହଣରେ ଜିଲ୍ଲା ଅଲମ୍ପିକ ଆସୋସିଏସନର ସଂପାଦକ ଶୁଭେନ୍ଦୁ ରାୟମହାପାତ୍ରଙ୍କ ସହିତ ଏକ ମିଳିତ ବୈଠକ ରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଗଣ ଭଦ୍ରକ କ୍ରୀଡା ପ୍ରେମୀ ଏବଂ କ୍ରୀଡାବିତ୍ ସମସ୍ତେ ଉପସ୍ଥିତ ଥିଲେ ଓ ଭଦ୍ରକ ନେହେରୁ ଷ୍ଟାଡିୟମ ର ଉନ୍ନତି ର ପ୍ରଥମ ପଦକ୍ଷେପ ସ୍ୱରୂପ ଏକ ଅତ୍ୟାଧୁନିକ ଜିମନାଅଶିଓମ ର ନିର୍ମାଣ ଆରମ୍ଭ କରାଯାଇଅଛି । ବହୁ ଯୁବକ ଯୁବତୀ ମାନଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଉପରେ ମାନ୍ୟବର ବିଧାୟକ ପ୍ରୋତ୍ସାହନ ହେତୁ ଜିଲ୍ଲା ବୋଡିବିଲଡିଂ ଆସୋସିଏସନ ର ସଭାପତି ସତ୍ୟନ୍ଦୁ ରାୟମହାପାତ୍ର ଓ ସମ୍ପାଦକ ତୁଷାରକାନ୍ତ ଦାଶ ଗଭୀର କୃତଜ୍ଞତା ଜଣାଇଛନ୍ତି । ଆଜି ଷ୍ଟାଡିୟମ ହୋଇଥିବା ସମାବେଶରେ ବିଧାୟକଙ୍କ ଖେଳ ଉପରେ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ପ୍ରବଳ ଉତ୍ସାହ ଏବଂ ଉଦିପନା ପରିଲକ୍ଷିତ ହୋଇଥିଲା । ବିଭିନ୍ନ କ୍ରୀଡାରେ ଜିଲ୍ଲା ସ୍ତରୀୟ, ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିନିଧିତ୍ୟ କରିବାରେ ଭଦ୍ରକ ବିଭିନ୍ନ କ୍ରୀଡା ପ୍ରେମୀଙ୍କ ଅସୁବିଧା ସମ୍ପର୍କରେ ଶୁଭେନ୍ଦୁ ମହାପାତ୍ର ଗୁରୁତ୍ୱଆରୋପ କରିଥିଲେ ଓ ବିଧାୟକ ତା ଉପରେ କର୍ତୃପକ୍ଷଙ୍କ ସହିତ ଆଲୋଚନା କରି ଉଚିତ ପଦକ୍ଷେପ ନେବାର ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିପୁନ ଦାଶ, ବଳରାମ ଦାଶ, ବି ପିତାମ୍ବର ରେଡି, ସୂର୍ଯ୍ୟ ଦାଶ, ଜିତେନ୍ଦ୍ର ଜେନା, କୁନମୁନ ପଣ୍ଡା, ଶାନ୍ତନୁ କୁମାର ଜେନା, ସୋମନାଥ ସାହୁ, ପୁପୁନା ନାୟକ, ସମାଜସେବୀ ରିଚା ମହାନ୍ତି ପ୍ରମୁଖ ବରିଷ୍ଠ କ୍ରୀଡା ପ୍ରେମୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.