Home ଜିଲ୍ଲା ପରିକ୍ରମା “ଭଦ୍ରକର କଥାସାହିତ୍ୟ ଓଡ଼ିଆ ସାରସ୍ୱତ ଜଗତକୁ କରିଛିି ସମୃଦ୍ଧ”, ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଷଷ୍ଠ...

“ଭଦ୍ରକର କଥାସାହିତ୍ୟ ଓଡ଼ିଆ ସାରସ୍ୱତ ଜଗତକୁ କରିଛିି ସମୃଦ୍ଧ”, ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଷଷ୍ଠ ସନ୍ଧ୍ୟା

12

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘ବୁଢ଼ା ଶଙ୍ଖାରୀ’ ଏବେବି ଓଡ଼ିଆ ଜନମାନସରେ ସତେଜ ରହିଛି । କାନ୍ତକବିଙ୍କ ପରି ଭଦ୍ରକର ବହୁ ସାରସ୍ୱତ ସାଧକମାନଙ୍କ କଥାସାହିତ୍ୟ ଓଡ଼ିଆ ବାଣୀ ଭଣ୍ଡାରକୁ ବିଭବମୟ କରିବା ସହିତ ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରିଛି ବୋଲି ଭଦ୍ରକ ସହର ମଠସାହି ସ୍ଥିତ ଗୋପାଳଜୀୟୁ ମଠପଡ଼ିଆଠାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ଦ୍ୱାରା ପ୍ରାୟୋଜିତ ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କ ନାମରେ ଏହି ସାରସ୍ୱତ ସନ୍ଧ୍ୟାରେ ଅନୁଷ୍ଠିତ ଆସରରେ ମହୋତ୍ସବ ଓ ପୁସ୍ତକମେଳାର ଆବାହକ ନୀହାର ରଂଜନ କର ପୌରୋହିତ୍ୟ କରିଥିଲେ । ସଭାପତି ଇଂ ଅଭୟ ସୂତାର ସଂଯୋଜନା କରିଥିଲେ । ଭଦ୍ରକ ଜିଲ୍ଲା ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ମୁଖ୍ୟଅତିଥି, ଆସିଷ୍ଟାଣ୍ଟ କଲେକ୍ଟର ସୁଧାଂଶୁ ମୋହନ ସ୍ୱାଇଁ ବିଶିଷ୍ଟ ଅତିଥି, କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା, ଡ. ରମାକାନ୍ତ ନାୟକ, ଓରିଏଣ୍ଟ ପବ୍ଲିଶର୍ସର ପରିଚାଳନା ନିର୍ଦ୍ଦେଶକ ମନୋରଂଜନ ଦାଶ, ମଞ୍ଜୁଳ ମଂଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭାଗବତ ପ୍ରସାଦ ମହାଳିକ, ତେଜସ୍ୱିନୀ ମହିଳା ସଂଗଠନର ସମ୍ପାଦିକା ସୁଶ୍ରୀ ଅଞ୍ଜନା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ରାମନାରାୟଣ ମହାନ୍ତି ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ତଥା କବୟିତ୍ରୀ ସରୋଜିନୀ ସାହୁ ସ୍ୱାଗତ ଭାଷଣ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରବିନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଳେ । ବିଶିଷ୍ଟ କଳାକାର କାଳନ୍ଦୀ ମଲ୍ଲିକ ବେଦପାଠ ଓ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ମହେଶ୍ୱର ପଲାଇ ମଞ୍ଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.